Updated: May 25, 2024, 18:01 IST

ଆସିଗଲା ନୂଆ ସ୍କିମ ଦେଖନ୍ତୁ ମହିଳାମାନେ ପାଇବେ ୫୦୦୦୦/- ଟଙ୍କା ଆଜିଠୁ ହେଲା ଶୁଭାରମ୍ଭ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର। ନିର୍ବାଚନ ପ୍ରଚାର ନିମନ୍ତେ ଘନଘନ ଓଡ଼ିଶା ଆସୁଛନ୍ତି ବିଜେପି ନେତା। ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ ସ୍ମୃତି ଇରାନୀ।
ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଏହାର ପ୍ରଚାର ପ୍ରସାର ପାଇଁ ସ୍ମୃତି ଆଜି ସେ ଓଡ଼ିଶା ଆସୁଛନ୍ତି। ବିଜେପିର ୯୦ ପ୍ରତିଶତ ପ୍ରାର୍ଥୀ ବିଜୟୀ ହେବାର ଆକଳନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି। 
Hh
ସ୍ମୃତିଙ୍କ ଗସ୍ତ ଦ୍ୱାରା ରାଜ୍ୟ ବିଜେପି ଅଧିକ ସଶକ୍ତ ହେବ ବୋଲି ଗୋଲକ ମହାପାତ୍ର କହିଛନ୍ତି। ଆରମ୍ଭରୁ ବିଜେପି ଫୋକସରେ ଓଡ଼ିଶା ରହି ଆସିଛି। ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତେବେ ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି। 
Bb
ମେ' ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି। ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ।
ତେବେ ଏହାର ଚାରି ଦିନ ପରେ ଅର୍ଥାତ ମେ' ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ।୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ' କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ।
କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି। ଏହାପରେ ମେ' ୧୯ରେ ପୁଣି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ। ୧୯ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ସେ ଭେଟିଥିଲେ।

Advertisement