Jun 25, 2024, 17:17 IST

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର ଦେଖନ୍ତୁ ବାହାରିଲା ୧୭ ହଜାର ପୋଷ୍ଟ ଏମିତି କରନ୍ତୁ ଆବେଦନ

Rr

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଏସଏସସି ସିଜିଏଲ୍ ପାଇଁ ବାହାରିଲା ବିଜ୍ଞପ୍ତି। ଖାଲି ପଡ଼ିଛି ୧୭ ହଜାରରୁ ଅଧିକ ପୋଷ୍ଟ। କର୍ମଚାରୀ ଆୟୋଗ ୨୦୨୪ ତରଫରୁ ନୋଟିଫିକେସନ୍ ଜାରି ରହିଛି। 
Bh
ବନ୍ଧୁଗଣ ନୋଟିଫିକେସନ୍ ଆସିବା ପରେ ସୋମବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଏକ ମାସ ଭିତରେ ଏଥିପାଇଁ ଆବେଦନ କରିପାରିବେ। ଅଫିସିଆଲ୍ ୱେବସାଇଡ଼ରେ ସମସ୍ତ ତଥ୍ୟ ମଧ୍ୟ କରାଯାଇଛି ଉପଲୋଡ। ତେବେ ଏସଏସସି ସିଜିଏଲ୍ ୨୦୨୪ ପାଇଁ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ ଛାତ୍ରଛାତ୍ରୀ ମାନେ। କିନ୍ତୁ ସୋମବାର ଦିନ ଆୟୋଗର ଗ୍ରୁପ-b ଏବଂ ଗ୍ରୁପ-c ରେ ଖାଲି ପଡ଼ିଥିବା ମୋଟ ୧୭୭୨୭ଟି ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛନ୍ତି। 
Hh
ଛାତ୍ରଛାତ୍ରୀ ମାନେ ଚାହିଁଲେ ଅଫିସିଆଲ୍ ୱେବସାଇଡ଼କୁ ଯାଇ ଅନଲାଇନରେ ଆବେଦନ କରି ପାରିବେ। ତେବେ ୨୪ ଜୁନରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରି ହେବ। ପରେ ୨୪ ଜୁଲାଇ ରାତି ୧୧ଟା ପୂର୍ବରୁ ସେମାନଙ୍କୁ ଫିସ ସମା କରିବାକୁ ହେବ। ଏହା ପରେ ୧୦ ଅଗଷ୍ଟରୁ ୧୧ ଅଗଷ୍ଟ ଯାଏଁ ଆବେଦନରେ ଯାହା ଭୁଲ ଥିବ ତା'କୁ ଚାହିଁଲେ ବଦଳାଇ ପାରିବେ। ଏଥିପାଇଁ ଆବେଦନ କରିବା ସମୟରେ ସାବଧାନ ସହିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। 
ତେବେ ଏସଏସସି ସିଜିଏଲ୍ ୨୦୨୪ ପାଇଁ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ୨୦୨୪ରେ ହେବ। ପରେ ଆଉ ଗୋଟେ ପରୀକ୍ଷା ଡିସେମ୍ବର ୨୦୨୪ ଯାଏଁ ଆୟୋଜିତ ହେବ। ତେବେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ବୟସ ଅତିକମରେ ୧୮ ଆଉ ଅତିବେଶୀରେ ୩୨ ବର୍ଷ ହେଇଥିବା ଆବଶ୍ୟକ। କମବାଇନ ଗ୍ରାଜୁଏଟ ଲେବୁଲ ଏସଏସସି ସିଜିଏଲ୍ ୨୦୨୪ର ବିଭିନ୍ନ ପୋଷ୍ଟରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ ମାନେ ମାନ୍ୟତା ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରାପ୍ତ କରିଥିବା ଦରକାର।

Advertisement