ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ସବୁ ପ୍ରକାରର ଏବଂ ଯାହା ଆପଣଙ୍କର ଆବଶ୍ୟକ ଅଛି ସବୁ ଖବର ପାଇପାରିବେ । ଏବେ ଆଧାର କାର୍ଡକୁ ନେଇ କିଛି ଖବର ଆସିଛି ଆଉ ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଅନେକ କଥା ଆସୁଛି ।
ଆପଣମାନେ ସମସ୍ତେ ତ ଜାଣିଥିବେ ଆଧାର କାର୍ଡ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆଧାର କାର୍ଡ ନହେଲେ ଆପଣମାନେ କିଛି କାମ କରିପାରିବେ ନାହିଁ । ଆଧାର କାର୍ଡକୁ ନେଇ ଏବେ ଯେଉଁ ଖବର ଆସିଛି ତାହା ଅତ୍ୟନ୍ତ ଜରୁରୀ ଅଟେ । ଆଧାର କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ଆପଣମାନେ ଆପଣଙ୍କ ଆଧାର କାର୍ଡ ଶୀଘ୍ର ଲକ୍ କରନ୍ତୁ ନହେଲେ ହୋଇପାରେ ବିରାଟ ବଡ ସମସ୍ୟା । ଆଉ ଆପଣଙ୍କର ହୋଇପାରେ କ୍ଷତି । ତେଣୁ ଆପଣ ଏହା ଜାଣି ରଖନ୍ତୁ ।
ଆପଣମାନେ ଜାଣିଛନ୍ତି କି ଆଧାର କାର୍ଡ ବାଇଓମେଟ୍ରିକ ଡାଟାର ଦୂରୁପଯୋଗ ହେଉଛି । ଭୁଲ ଟ୍ରାଞ୍ଜାକ୍ସନ୍ କରିବା, ମୋବାଇଲ୍ ଆଉ ଇଣ୍ଟରନେଟ କନେକ୍ସନ୍ ହାସଲ କରିବା, ଆଉ ଏହାସହ ଆଇଡିଣ୍ଟିଟି ଚୋରି କରିବା ଭଳି କାମରେ ବ୍ୟବହାର କରାଯାଇପାରେ । ସେଥିପାଇଁ ଏହାକୁ ଲକ୍ କରିବା ଜରୁରୀ ଅଟେ ବୋଲି ଏବେ ଖବର ଆସିଛି । ଏବେ ଏହାକୁ ଆପଣମାନେ ଲକ୍ କରି ରଖିଲେ ଆପଣଙ୍କର କୌଣସି ତଥ୍ୟ ଦୁରୁପଯୋଗ ହେବ ନାହିଁ । ଏବେ ଆପଣମାନେ ଏହାକୁ ଲକ୍ କରି ନିଅନ୍ତୁ ।
ଆଧାର କାର୍ଡ ବାଇଓମେଟ୍ରିକ ଡାଟାର ଦୂରୁପଯୋଗ ରୋକିବା ପାଇଁ ଆପଣମାନେ ଆଧାର କାର୍ଡ ସେତେଦିନ ପର୍ଯ୍ୟନ୍ତ ଲକ୍ କରିପାରିବେ ଯେତେଦିନ ଯାଏଁ ଆପଣଙ୍କର ଏହା ଦରକାର ହୋଇ ନାହିଁ । ଏହାକୁ ଲକ୍ କରିବା ପରେ ଆପଣ ଅନଲକ୍ ନକରି କୌଣସି କାମ କରିପାରିବେ ନାହିଁ । ଏହାକୁ ଅନ ଲକ୍ କରିବା ପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଯିବ ଆଉ ଏହି ଓଟିପି ଦେଲେ ଆପଣ ଏହାକୁ ଅନ ଲକ୍ କରି ଆପଣ ଆପଣଙ୍କ କାମ କରିପାରିବେ । ଓଟିପି ଦେଇ ଭେରିଫାଇ କରାଯାଇପାରେ ।