ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ଦୁର୍ଘଟଣା ବିଷୟରେ ଆପଣମାନେ ଖବର ପାଇ ପାରୁଥିବେ । ରାସ୍ତା ଉପରେ ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ଖଣ୍ଡ ଖଣ୍ଡ ମଣିଷ ମାଂସ ବିଛେଇ ହୋଇ ପଡ଼ିଛି । ଆଉ ରାସ୍ତାରେ ରକ୍ତ ଧାର ପଡ଼ିଛି । ଲୋକମାନେ ଏହି ଦୁର୍ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଉ ଏହି ଦୁର୍ଘଟଣାରେ ଶବକୁ ଘୋଡାଇ ଦେଇଛନ୍ତି ଗାଁ ଲୋକମାନେ । ଏହି ଦୁର୍ଘଟଣା ଦେଖି ଗାଁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ଏହି ଦୃଶ୍ୟ ଯିଏ ଦେଖିବ ତାର ଦେହ ଶିତେଇ ଉଠିବ ।

ରାସ୍ତାରେ ଗାଁ ଲୋକମାନେ ରୁଣ୍ଡ ହୋଇଛନ୍ତି । ଆଉ ଗାଁ ଲୋକମାନେ ଏହି ଶବ ଦେଖି କାନ୍ଦି ପକାଇଛନ୍ତି । ମଝି ରାସ୍ତାରେ ଘରର ଏକମାତ୍ର ରୋଜଗାରିଆ ଲୋକର ଛେତେରା ହୋଇଥିବା ଶରୀର ପଡ଼ିଛି । ସବୁଦିନ ପରି ପନିପରିବା ସାଇକେଲରେ ଧରି ହାଟକୁ ଯାଉଥିଲେ । ଆଉ ହାଟକୁ ଯିବା ବାଟରେ ଯମ ଅନାଇ ବସିଥିଲା । ତେଲ ଟାଙ୍କି ରୂପରେ ଯମ ଅନାଇ ବସିଥିଲା । ଅଧା ରାସ୍ତାରେ ଯମ ବାଟ ଚାହିଁ ଅନାଇ ବସିଥିଲା ଆଉ ଶେଷରେ ଜୀବନ ନେଇ ଯାଇଥିଲା ।

ଆଉ କିଛି ବାଟ ପରେ ଏହି ବ୍ୟକ୍ତି ଜଣକ ହାଟରେ ପହଞ୍ଚି ଯାଇଥାଆନ୍ତେ ।ଆଉ ଅଳ୍ପ ବାଟ ଥିଲା କିନ୍ତୁ ଏହି ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଛି । ଏହି ତେଲ ଟାଙ୍କି ଜିଅନ୍ତା ମଣିଷ ଉପରେ ଚଢ଼ି ଗଲା ଆଉ ଏଭଳି କିଛି ଘଟଣା ଘଟିଗଲା । ଏହି ବ୍ୟକ୍ତି ଜଣଙ୍କର ପ୍ରାଣ ବାୟୁ ଉଡିଗଲା । ଏହି ବ୍ୟକ୍ତି ଜଣକର ଫେରିବା ବାଟକୁ ତାର ଛୁଆ ଆଉ ସ୍ତ୍ରୀ ଚାହିଁ ରହିଛନ୍ତି କିନ୍ତୁ ଅଧା ବାଟରେ ଗଡୁଛି ଏହି ବ୍ୟକ୍ତିର ମର ଶରୀର । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଏହି ଘଟଣା ଘଟିଛି ।
ଏହି ସାଇକେଲ ଆରୋହୀ ଆଉ ବଡ ଗାଡ଼ି ଧକ୍କା ହେବା ଦ୍ବାରା ଏହି ଘଟଣା ଘଟିଥିଲା । ଚାଇଁପୂର ଗାଁର ଶରତ ଜେନା ବେପାର ନିମନ୍ତେ ବନ୍ତ୍ ହାଟକୁ ଯାଇଥିଲେ । ଆଉ ସେଠାରେ ଏହି ଟ୍ରକ ଆସୁଥିଲା । ଏକାଠି ସାମନାସାମନି ହେବା ପରେ ଉଭୟଙ୍କର ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଏହି ବ୍ୟକ୍ତି ଜଣଙ୍କର ଜୀବନ ଚାଲି ଯାଇଥିଲା । ବ୍ୟକ୍ତି ଜଣଙ୍କର ଜୀବନ ଚାଲିଯିବା ପରେ ରାସ୍ତାରେ ଗାଁ ଲୋକମାନେ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ କରି ଗାଁ ଲୋକ ଏବେ କ୍ଷତିପୂରଣ ଦାବି କରିଛନ୍ତି । ଏବେ ଏହି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।