ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ କଲିକତା ସହରର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣା ବିଷୟରେ ସମସ୍ତେ ତ ଜାଣିଥିବେ । ଏହି କଲେଜରେ ହୋଇଥିବା ଦୁ-ଷ୍କ-ର୍ମ ଆଉ ହ-ତ୍ୟା ଘଟଣାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି । ପୁରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅନେକ କିଛି ଖବର ଆସୁଛି । ଏବେ ଏହି ଘଟଣାକୁ ନେଇ ପୁଣି କିଛି କଥା ଆସୁଛି ।
କୋଲକାତା ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । DNA ରିପୋର୍ଟକୁ ନେଇ ସୁପ୍ରିମକୋର୍ଟରେ ସିବିଆଇର ବଡ ଖୁଲାସା । ପୀଡ଼ିତାଙ୍କ DNA ସହିତ ସଞ୍ଜୟର DNA ମ୍ୟାଚ୍ କରିଲା । ଏକା ସଞ୍ଜୟ ହିଁ ଏହି ଦୁ-ଷ୍କ-ର୍ମ ଆଉ ହ-ତ୍ୟା କରିଛି ବୋଲି ପ୍ରମାଣ ହେଲା । ଏହି ମାମଲାରେ ଆସିଲା ବଡ ରିପୋର୍ଟ । DNA ପ୍ରମାଣ କରାଇ ଦେଲା କିଏ ଏହି ସବୁ କାମ କରିଛି । ଏଥର ପ୍ରକୃତ ଦୋଷୀ ଯିଏ ତାକୁ କେହି ବଞ୍ଚାଇ ପାରିବେ ନାହିଁ ବୋଲି ସୂଚନା ମିଳିଛି । ଏବେ ଏହି ବିଷୟରେ ଆସିଛି ଖବର ।
ସେମିନାର ରୁମର ଅବସ୍ଥା ଏବଂ ମହିଳାଙ୍କ ସହିତ ଘଟଣା ଦେଖିବା ପରେ ମହିଳା ଡାକ୍ତରଙ୍କ ସହିତ ଅନେକ ଜଣ ଏଭଳି କାମ କରିଥିବା ନେଇ ସନ୍ଦେହ ଉପୁଜିଥିଲା । ଏବେ ଏହି ସବୁର ଫର୍ଦ୍ଧାଫାସ ହୋଇଛି । ସେଥିପାଇଁ ସିବିଆଇ ମୁଖ୍ୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ DNA ଟେଷ୍ଟ ପାଇଁ ପଠାଇଥିଲା । ଗିରଫ ସମୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟଙ୍କର ଡାକ୍ତରୀ ମାଇନା ପରୀକ୍ଷା ହୋଇନଥିବା ବେଳେ ଅନେକ କଥା ଆସୁଥିଲା । ସଞ୍ଜୟ ସେପଟେ ବାରମ୍ବାର କଥା ବଦଳାଇଥିଲା ।
ପୀଡ଼ିତାଙ୍କୁ ଦୁ-ଷ୍କ-ର୍ମ ଆଉ ହ-ତ୍ୟା ନେଇ ସେ କିଛି କରିନାହିଁ ବୋଲି କହୁଥିଲା । ସେପ୍ଟେମ୍ବର ୫ ତାରିଖରେ ସୈତାନ୍ ସଞ୍ଜୟ ରାୟ ଏବଂ ପୀଡ଼ିତାଙ୍କ DNA ଟେଷ୍ଟ ରିପୋର୍ଟ ଦାଖଲ କରିଛି ସିବିଆଇ । ଆଉ ଏବେ ଏହି ଟେଷ୍ଟ ରିପୋର୍ଟ ମ୍ୟାଚ୍ କରିଛି ବୋଲି ଜଣାପଡିଛି । ଏବେ ସନ୍ଦୀପ ଘୋଷ ଯିଏ ଏହି କଲେଜର ପ୍ରିନ୍ସିପା ତାଙ୍କୁ ଜେରା କରାଯାଉଛି । ଏବେ ଏହି ଘଟଣାକୁ ନେଇ ଅନେକ ତଦନ୍ତ ଚାଲିଛି । ପୁରା କୋଲକାତା ଏବେ ଏହି ଘଟଣାକୁ ନେଇ ଅନେକ କିଛି କରିଛନ୍ତି । ସେମାନେ ଲାଇଟ୍ ବନ୍ଦ କରିଥିଲେ । ଏବେ ଏହାକୁ ନେଇ ଅନେକ କଥା ଆସୁଛି । ଦେଖାଯାଉ କେବେ ଏହି ଘଟଣାକୁ ନେଇ ପୀଡିତାଙ୍କୁ ନ୍ୟାୟ ମିଳୁଛି ।