Aug 2, 2024, 02:12 IST

ବନ୍ଦ୍ ହେଇଯିବ ତାହାଲେ BSKY କାର୍ଡ ?ନବୀନ ବାବୁ ରାଗି ପାଚି ହେଇଗଲେ ନିଆଁ..

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବନ୍ଦ ହୋଇ ଯିବ କି ବୀ ଏସ କେ ୱାଈ କାର୍ଡ।ହସ୍ପିଟାଲ ରେ ଆଉ ଲୋକ ମାନଙ୍କୁ ମିଳିବ ନାହିଁ ମାଗଣା ସ୍ବାସ୍ଥ୍ୟ ସେବା।ମୋହନ ସରକାର ଏହାକୁ ଘୋଷଣା କରିଛନ୍ତି।ଆଗକୁ ବନ୍ଦ ହୋଇପାରେ ବୀ ଏସ କେ ୱାଈ ତଥା ବିଜୁ ସ୍ବାସ୍ଥ୍ୟ କାର୍ଡ।ଆଉ ଆଗ ପରି ସୁବିଧା ମିଳିବ ନାହିଁ ବୋଲି ଜଣାପଡିଛି।
Gg
ମୁହଁ ଖୋଲି କହିଛନ୍ତି ମୋହନ ସରକାର।ସାଧାରଣ ଲୋକମାନେ ଏହା ଶୁଣି ହନ୍ତସନ୍ତ ହେଉଛନ୍ତି।ଗୋଟିଏ ମଧ୍ୟବିତ୍ତ ପରିବାର କୁହାଯାଉ କିମ୍ବା ଗରିବ ଶ୍ରେଣୀର ପରିବାର କଥା କୁହାଯାଉ ସମସ୍ତେ ଏହି କାର୍ଡ ଉପରେ ନିର୍ଭର ହୋଇ ରହୁଥିଲେ ହେଲେ ବର୍ତମାନ ଯାହା ସୂଚନା ମିଳିଛି ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବନ୍ଦ ହୋଇଯିବ।କିନ୍ତୁ ୨୦୧୮ ରୁ ଚାଲି ଆସୁଥିବା ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ ହେଲା ପରେ ଏହା ବଦଳରେ ଆରମ୍ଭ ହେବ ଆଉ ଦୁଇଟି ନୂଆ ଯୋଜନା।
Vv
ତେବେ କେଉଁ ହିତାଧିକାରୀ କେଉଁ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ, ଉଭୟ ଯୋଜନା ହିତାଧିକାରୀ ଙ୍କୁ ମିଳିବ ତ?ଏହିଭଳି ପ୍ରଶ୍ନ ବର୍ତ୍ତମାନ ଲୋକ ମାନଙ୍କ ମନରେ ଉଙ୍କି ମାରୁଛି।୬ ବର୍ଷ ଚାଲିବା ପରେ ଏବେ ବନ୍ଦ ହୋଇଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ। ଲାଗୁ ହେବ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।
ଏଥିପାଇଁ ନିଜ ସରକାର ର ପ୍ରଥମ ବଜେଟ ରେ ୩୫୫୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।କେନ୍ଦ୍ର ସରକାର ଙ୍କ ର ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ପାଞ୍ଚ ଶହ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟ ର ନିଜସ୍ଵ ପାଣ୍ଠି ରେ ଚାଲିବାକୁ ଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ରଖାଯାଇଛି।

Advertisement