ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ୯୦ ଦଶକ ରେ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ।ତାଙ୍କୁ ସେ ସମୟ ରେ ଲୋକ ମାନେ ବହୁତ ପସନ୍ଦ କରୁଥିଲେ।
ଏବଂ ତାଙ୍କ ଯୋଗ ପାଇଁ ମଧ୍ୟ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି।ଏବେ ତାଙ୍କ ବିବାହ ବିଚ୍ଛେଦ କୁ ନେଇ ସୋସିଆଲ ମିଡ଼ିଆ ରେ ଖବର ପ୍ରସାରିତ ହେଉଛି।ହେଲେ ଏହା କେତେଦୂର ସତ ତାହା ଜଣା ପଡି ନାହିଁ।
ସୂଚନା ଅନୁସାରେ ୨୦୦୯ ନଭେମ୍ବର ମାସ ରେ ଅଭିନେତ୍ରୀ ଶିଳ୍ପା ସେଠୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରା ବିବାହ କରିଥିଲେ।ଏବେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି।ବିବାହ ର ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ବହୁ ହସ ଖୁସି ରେ ଘର ସଂସାର କରିଥିଲେ।
ହେଲେ ଏବେ ଶୁଣିବାକୁ ମିଳୁଛି କି ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ଯାଇଛନ୍ତି।ଗତ କାଲି ରାଜ କୂନ୍ଦ୍ରା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫଟୋ ପୋଷ୍ଟ କରୁଥିଲେ।ଓ ଏଥିରେ ସେ ଲେଖି ଥିଲେ କି ଆମେ ଦୁହେଁ ଅଲଗା ହେବାକୁ ଯାଉଛୁ।
ହେଲେ ଏହି ପୋଷ୍ଟ ରେ ସେ କାହାରି ନାମ ଲେଖି ନାହାନ୍ତି।ତାଙ୍କ ପ୍ରଶଂସକ ମାନେ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଶିଳ୍ପା ଙ୍କ ଛାଡ ପତ୍ର ହେବା କଥା କୁ କେହି ବିଶ୍ଵାସ କରି ପାରୁ ନାହାନ୍ତି।ଆଉ କିଛି ଦିନ ଭିତରେ ରାଜ ଙ୍କ ର ଏକ ବଲିଉଡ ଫିଲ୍ମ ରିଲିଜ ହେବାକୁ ଯାଉଛି।
ଏହି ଫିଲ୍ମ ର ନାମ ହେଉଛି ୟୁ ଟି ୬୯।ଏହି ଫିଲ୍ମ ମାଧ୍ୟମ ରେ ସେ ପ୍ରଥମ ଥର ପାଇଁ ବଲିଉଡ ରେ ପ୍ରବେଶ କରିବାକୁ ଯାଉଛନ୍ତି।ଜୁଲାଇ ୨୦୨୦ ମସିହା ରେ ରାଜ କୁ ଅଶ୍ଳୀଳ ଭିଡିଓ କରିବା କାରଣ ରୁ ତାଙ୍କୁ ଜେଲ ଦଣ୍ଡ ଦିଆ ଯାଇ ଥିଲା।
ଏହି ଫିଲ୍ମରେ ସେ ଜେଲ ରେ ରହିବା ସମୟ ର ଅନୁଭୂତି କୁ ବର୍ଣ୍ଣନା କରିଛନ୍ତି।ରାଜ ଙ୍କ ର ନିଜ ସୋସିଆଲ ମିଡ଼ିଆ ରେ ଏଭଳି ପୋଷ୍ଟ କୁ ଦେଖି ସମସ୍ତେ ପ୍ରଶ୍ନ କରିଛନ୍ତି।କିନ୍ତୁ ଶିଳ୍ପା ସେଠୀ ଏ ଯାଏଁ ତାଙ୍କ ପ୍ରଶଂସକ ମାନଙ୍କୁ କିଛି ବି ଜଣାଇ ନାହାନ୍ତି।