Feb 8, 2024, 11:15 IST

୨୦୦ କୋଟି ଟଙ୍କା ର ପାଣି ବୋତଲ ରେ ସକାଳୁ ଉଠି ପାଣି ପିଅନ୍ତି ନୀତା, ଲୋକେ କହିଲେ ହଁ ଆମେ ତମ୍ବା ଢ଼ାଳ ରେ ପିଉ ସେ ୨୦୦ କୋଟି ଟଙ୍କିଆ ବୋତଲ ରେ ପିଅନ୍ତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନୀତା ଅମ୍ବାନୀ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ଅନେକ ଲୋକ ବେଶ ଭଲ ଭାବରେ ତାଙ୍କୁ ଜାଣନ୍ତି।
ଯଦି ଆମେ ନୀତା ଅମ୍ବାନୀଙ୍କ ବିଷୟରେ କହିବା ତେବେ ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ। ତାଙ୍କ ନିକଟରେ ପ୍ରଚୁର ଅର୍ଥ ଏବଂ ଅପାର ସମ୍ପତ୍ତି ଅଛି। ଏଥିପାଇଁ ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି।
Special report
ତାଙ୍କର ବିଳାସପୂର୍ଣ୍ଣ ଜୀବନ ପାଇଁ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଥାଆନ୍ତି। ଏଥିପାଇଁ ସେ ପ୍ରାୟତଃ ସମୟରେ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚାରେ ମଧ୍ୟ ରୁହନ୍ତି।ନୀତା ଅମ୍ବାନୀଙ୍କର ନିଜର ବ୍ୟକ୍ତିଗତ ଜେଟଠାରୁ ଆରମ୍ଭ କରି ନିଜର ବିଳାସପୂର୍ଣ୍ଣ କାର ପର୍ଯ୍ୟନ୍ତ ସବୁକିଛି ଅଛି |
ନୀତା ଅମ୍ବାନୀଙ୍କ ସହ ଜଡିତ ଏକ ବଡ କଥା ସାମ୍ନାକୁ ଆସିଛି ଯାହା ହେଉଛି ନୀତା ଅମ୍ବାନୀ ପାଣି ପିଇଥିବା ବୋତଲଗୁଡ଼ିକର ମୂଲ୍ୟ ହେଉଛି ଲକ୍ଷ ଲକ୍ଷ ଟଙ୍କା।
ଏହାର ମୂଲ୍ୟ ସମ୍ପର୍କରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ସେ ରାଣୀ ମାନଙ୍କ ଭଳି ନିଜ ଜୀବନକୁ ଅତିବାହିତ କରନ୍ତି। ମୁକେଶ ଅମ୍ବାନୀ ମଧ୍ୟ ତାଙ୍କର ଏହି ସୁନ୍ଦରୀ ପତ୍ନୀ ଙ୍କ ସମସ୍ତ ଇଛା କୁ ପୂରଣ କରି ଥାଆନ୍ତି।
Special report
ହେଲେ ଏବେ ଏହି ଖବର ଆସି ପହଞ୍ଚିଛି କି ନୀତା ଅମ୍ବାନୀ ପାଣି ପିଉଥିବା ବୋତଲ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବୋତଲ।ନୀତା ଅମ୍ବାନୀ ଏହି ପାଣିର ବୋତଲ ସିଧାସଳଖ ବିଦେଶରୁ ଆସିଥାଏ।
ଏହି ବୋତଲ ର ଦାମ୍ ମଧ୍ୟ ୪୦ ଲକ୍ଷ ଟଙ୍କା ରୁ ଅଧିକା ହୋଇଥିବା କଥା କୁହା ଯାଉଛି। ଏହି ମୂଲ୍ୟବାନ ବୋତଲ କୁ ସେ ସିଧା ସଳଖ ବିଦେଶରୁ ହିଁ ଅର୍ଡର କରି ଥାଆନ୍ତି। ଏଥି ପାଇଁ ନୀତା ଅମ୍ବାନୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ତାଙ୍କର ଏହି ବୋତଲ ର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ନାମକ ଏକ ମୋଡିଗଲିୟାନି । ଆଉ ଏବେ ଲୋକମାନେ ମଧ୍ୟ ଏହାକୁ ନେଇ ଖୁବ ଚର୍ଚ୍ଚା କରିବାରେ ଲାଗି ପଡିଛନ୍ତି।

Advertisement