ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ଲାଷ୍ଟିକ୍ ସର୍ଜରୀ କରିବା ଏବେକା ସମୟରେ ସାଧାରଣ କଥା ହୋଇଗଲାଣି। ବିଶେଷକରି ସେଲିବ୍ରିଟିମାନେ ପ୍ରାୟତଃ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜକୁ ସୁନ୍ଦର ଦେଖାଇବାକୁ ଚେଷ୍ଟା କରନ୍ତି।
ଏହା କେତେ ବିପଜ୍ଜନକ ହୋଇପାରେ ଜାଣି, ଲୋକମାନେ ଏହାକୁ ଫ୍ୟାଶନରେ ସାମିଲ କରୁଛନ୍ତି। ଏହି ସମୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ପ୍ଲାଷ୍ଟିକ୍ ସର୍ଜରୀ ହେତୁ ଅଭିନେତ୍ରୀ ସିଲଭିନା ଲୁନାଙ୍କୁ ଜୀବନ ହରାଇବାକୁ ପଡିଲା।
ତେବେ ବନ୍ଧୁଗଣ ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ। ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ। ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।
ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି। ତେବେ ବନ୍ଧୁଗଣ ଆର୍ଜେଣ୍ଟିନାର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ସିଲଭିନା ଲୁନାଙ୍କ ଦେ-ହା-ନ୍ତ ହୋଇଛି।
ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ କିଛି ବର୍ଷ ପୂର୍ବେ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ। ଏହାପରେ ଅଭିନେତ୍ରୀ ଙ୍କର ଅନେକ ସ୍ଵାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା।
ବିଶେଷକରି ତାଙ୍କ କିଡନୀରେ ସମସ୍ୟା ଆରମ୍ଭ ହୋଇଥିଲା। ସିଲଭିନାଙ୍କ ମୃ-ତ୍ୟୁକୁ ତାଙ୍କ ଓକିଲ ନିଶ୍ଚିତ କରିଛନ୍ତି। ଅଭିନେତ୍ରୀଙ୍କ ମୃ-ତ୍ୟୁରେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛମାନେ ଦୁଃଖ ପ୍ରକାଶ କରିଛନ୍ତି। ବୁଏନୋସ୍ ଆଇରେସ୍ ଟାଇମ୍ସ ଅନୁଯାୟୀ, ଏତେ କମ୍ ବୟସରେ ସିଲଭିନାଙ୍କ ମୃ-ତ୍ୟୁ ଆଶ୍ଚର୍ଯ୍ୟଜନକ।
ସେ ଦୀର୍ଘ ବର୍ଷ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ କିଛି ଦିନ ହେବ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। କସମେଟିକ୍ ସର୍ଜରି ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା।
କିଛି ବର୍ଷ ପୂର୍ବେ କରାଯାଇଥିବା କସମେଟିକ୍ ସର୍ଜରି ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।