ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେଲା ଆଲୋଚନାରେ ରହିଆସିଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍ଠାକ୍ ନ ଥିବା ଭଳି ଲାଗେ।

ସମ୍ପ୍ରତି ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଥିଲା।
ତେବେ ବନ୍ଧୁଗଣ ଐଶ୍ୱର୍ଯ୍ୟା ଆଉ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ। ଉଭୟ ସ୍ବାମୀ ସ୍ତ୍ରୀଙ୍କ ପ୍ରେମ ଏବେ ଘୃଣାରେ ପରିଣତ ହୋଇଛି। ଅମିତା ବଚନଙ୍କ ପରିବାରରେ ଏବେ କିଛି ବି ଠିକ୍ ଚାଲୁନାହିଁ।

ବୋହୂ ଐଶ୍ୱର୍ଯ୍ୟା ମଧ୍ୟ ଆଉ ବୋହୂ ହେଇ ନାହାଁନ୍ତି। ସ୍ବାମୀ ସ୍ତ୍ରୀ ଓ ପରିବାରକୁ ଛାଡ଼ି ନିଜ ଝିଅକୁ ଧରି ଚାଲିଯାଇଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ଓ ସ୍ବାମୀ ଅଭିଷେକଙ୍କ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଛି। ଶାଶୁ ବୋହୂଙ୍କ ଭିତରେ ମଧ୍ୟ ଭଲ ସମ୍ପର୍କ ଆଉ ନାହିଁ।
ଯାହାକୁ ନେଇ ଏବେ ନିଷ୍ପତି ହୋଇଛି ଐଶ୍ୱର୍ଯ୍ୟା ଆଉ ଅଭିଷେକ ଅଲଗା ରହିବେ ବୋଲି। ସେଥିପାଇଁ ଐଶ୍ୱର୍ଯ୍ୟା ଶାଶୁଘର ଛାଡ଼ି ନିଜ ବାପଘରକୁ ଚାଲି ଆସିଛନ୍ତି।

ସୂଚନା ଅନୁସାରେ ଗୋଟିଏ ଘରେ ଅନେକ ଦିନଧରି ରହୁଥିଲେ ମଧ୍ୟ ଅଲଗା ହେଇସାରିଥିଲେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ କେବଳ ଝିଅ ଆରାଧ୍ୟା ହିଁ ଏକାଠି ରହୁଥିଲେ। ହେଲେ ଏବେ ଘରଛାଡି ଚାଲି ଆସିଛନ୍ତି ଘରର ବୋହୂ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ମଧ୍ୟରେ ପଡେନାହିଁ ସବୁବେଳେ ଝଗଡ଼ା ଯୁକ୍ତିତର୍କ ଲାଗି ରହିଥାଏ। ଯାହାକୁ ଆଉ ସହି ପାରିନାହାଁନ୍ତି ଉଭୟ ଐଶ୍ୱର୍ଯ୍ୟା ଏବଂ ଜୟା ବଚ୍ଚନ। ଯେଉଁଥିପାଇଁ ଐଶ୍ୱର୍ଯ୍ୟା ଝିଅକୁ ଧରି ନିଜ ଘରକୁ ଚାଲିଯାଇଛନ୍ତି।
କୁହାଯାଇଛି ଯେ, ଆଉ କେବେ ହେଲେ ଏକାଠି ହେବେ ନାହିଁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ। ଉଭୟଙ୍କ ମଧ୍ୟରେ ଛା-ଡ଼-ପ-ତ୍ର ମଧ୍ୟ ହୋଇଯାଇପାରେ ବୋଲି କୁହାଯାଉଛି।