Jan 16, 2024, 18:05 IST

ଅଯୋଧ୍ୟାରେ ବିରାଟ ଘର କିଣିଲେ ବିଗ୍ ବି ଅମିତାଭ ବଚ୍ଚନ ଦେଖନ୍ତୁ ଏହି ଘର ରାମ ମନ୍ଦିର ଠାରୁ କେତେ ଦୂରରେ ଅଛି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଜାନୁଆରୀ ୨୨ରେ ରାମଲାଲା ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିବେ। ସହରର ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି,
Special Report
ଯହାଦ୍ବାରା ଭବ୍ୟ ତଥା ନୂତନ ଅଯୋଧ୍ୟା ସ୍ୱପ୍ନ ସାକାର ହୋଇପାରିବ। ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟା ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ। ଏବଂ ଏହା ଏକ ବୃହତ ଆର୍ଥିକ କ୍ରୀୟାଶୀଳ କେନ୍ଦ୍ରରେ ପରିଣତ ହେବ ବୋଲି କୁହାଯାଉଛି। 
ଏଭଳି ସମୟରେ ହୋଟେଲ ଏବଂ ଟାଉନସିପ୍ ସହ ଜଡ଼ିତ କମ୍ପାନୀଗୁଡିକ ସହରରେ ବିପୁଳ ପୁଞ୍ଜି ନିବେଶ କରୁଛନ୍ତି। ତେବେ ବନ୍ଧୁଗଣ ବଲିଉଡ଼ ବିଗ୍ ବି ଅମିତାଭ ବଚ୍ଚନ ଖୁବଶୀଘ୍ର ରାମନଗରୀରେ ଏକ ଘର ନିର୍ମାଣ କରିପାରନ୍ତି।
Special Report
ଏଥିପାଇଁ ସେ ଅଭିନନ୍ଦନ ଲୋଢା ଗ୍ରୁପ୍ ମାଧ୍ୟମରେ ଜମି କିଣିଛନ୍ତି। ଅଭିନନ୍ଦନ ଲୋଢା ଗ୍ରୁପ୍ ଅଯୋଧ୍ୟାରେ ସେଭେନ୍ ଷ୍ଟାର୍ ଟାଉନସିପ୍ ବିକଶିତ କରୁଛି। କୁହାଯାଉଛି ଯେ, ଅମିତାଭ ବଚ୍ଚନ ଏହି ଟାଉନସିପରେ ୧୦୦୦୦ ବର୍ଗଫୁଟ ଜମି କିଣିଛନ୍ତି, ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା। 
ଏହାପୂର୍ବରୁ ଅମିତାଭ ବଚ୍ଚନ ଲକ୍ଷ୍ନୌ ନିକଟସ୍ଥ କାକୋରୀରେ ମଧ୍ୟ ଜମି କିଣିଥିଲେ। ଅମିତାଭ ଅଯୋଧ୍ୟାରେ ଯେଉଁଠି ଜମି କିଣିଛନ୍ତି ସେହି ସ୍ଥାନ ରାମ ମନ୍ଦିରଠାରୁ ମାତ୍ର ୧୫ ମିନିଟ ଦୂରରେ ଅବସ୍ଥିତ ଏବଂ ଅଯୋଧ୍ୟା ବିମାନବନ୍ଦରରୁ ଏହା ୩୦ ମିନିଟ ଦୂରରେ ବୋଲି କୁହାଯାଉଛି।
Special Report
ତେବେ ଏନେଇ ଅଭିନନ୍ଦନ ଲୋଢା ଗ୍ରୁପ୍ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ। ସୂଚନା ଅନୁଯାୟୀ ଅମିତାଭ ବଚ୍ଚନ କିଣିଥିବା ଏହି ପ୍ଲଟ ୧୦ ହଜାର ବର୍ଗଫୁଟରେ ପରିବ୍ୟାପ୍ତ। 
Special Report
ଏବଂ ଏହାର ମୂଲ୍ୟ ୧୪.୫ କୋଟି ଟଙ୍କା ଅଟେ। ଏହି ପ୍ଲଟ୍ ଏକ ୭ ତାରକା ମଲ୍ଟି ପର୍ପଜ ଏନକ୍ଲେଭ୍- ‘ଦି ସରୟୁ’ରେ ଅବସ୍ଥିତ। ତେବେ ଉକ୍ତ ଡେଭେଲପର କମ୍ପାନୀ ପ୍ଲଟ୍ ବିଷୟରେ ଅଧିକ ସୂଚନା ପ୍ରକାଶ କରି ନାହିଁ।
ବିଗ୍ ବିଙ୍କର ଜନ୍ମସ୍ଥାନ ପ୍ରୟାଗରାଜରୁ ଅଯୋଧ୍ୟାର ଦୂରତା ୫ ଘଣ୍ଟା ଠାରୁ ବି କମ୍ ଅଟେ। ତେବେ ଅଭିନନ୍ଦନ ଲୋଢ଼ାଙ୍କ କହିବାନୁଯାୟୀ ସରୟୁ ଏନକ୍ଲେଭ୍ ରାମ ମନ୍ଦିର ଠାରୁ ମାତ୍ର ୧୫ ମିନିଟର ରାସ୍ତ।। ଏବଂ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ୩୦ ମିନିଟ ସମୟ ଲାଗିଥାଏ।

Advertisement