ସିଟି କଲେଜ ପାଲଟି ଗଲା ରଣ କ୍ଷେତ୍ର। ସମସ୍ତେ ଧାଇଁବାକୁ ଲାଗିଲେ। ବ୍ଲାକ ବ୍ରଦର୍ଶ ପିଲା କଲେଜ୍ ରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କଲେଜ ପିଲାଙ୍କୁ ନିଶା ପିଇବା ପାଇଁ ବାଧ୍ୟ କରୁଛନ୍ତି। ସୁନ୍ଦରୀ ଝିଅ ମାନଙ୍କୁ ଅଟକାଇ ମାରୁଛନ୍ତି କମେଣ୍ଟ।ବ୍ଲାକ ବ୍ରଦର୍ଶ ଗ୍ରୁପ୍ ପିଲା ଯାହା କହିବେ ତାହା ନ ମାନିଲେ ମାଡ଼ ଆଉ ଉଠ ବସ। ଏଭଳି କି ଗଞ୍ଜେଇ ଟାଣିବା ପାଇଁ ମଧ୍ୟ କଲେଜ୍ ପିଲାଙ୍କୁ ବାଧ୍ୟ କରାଯାଉଛି।
ଦରକାର୍ ପଡ଼ିଲେ ଆପଣଙ୍କ ଆଗରେ ବେଜିତ କରିବେ ଆଉ ମାଡ଼ ମାରିବେ। ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ସହି ଆସୁଥିବା ବେଳେ କଲେଜ ପିଲା ଆଉ ଏତେ ଅତ୍ୟାଚାର ସହିଲେ ନାହିଁ। ଆଉ ଏହାର ପ୍ରତିବାଦ କରିବା ପାଇଁ କଲେଜ ପିଲା ବାହାରି ପଡ଼ିଥିଲେ। ଯାହାଦ୍ଵାରା କି କଲେଜ ପଡ଼ିଆ ପାଲଟି ଯାଇଥିଲା ରଣ କ୍ଷେତ୍ରରେ। କଲେଜ୍ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ବ୍ଲାକ ବ୍ରଦର୍ଶ ର ପିଲାମାନେ ପିଟିଥିଲେ।
ଯେତେବେଳେ କ୍ଲାସ ସରି ଯାଇଥିଲା ସେତେବେଳେ ପିଲାମାନେ ସାଇକେଲ ଷ୍ଟାଣ୍ଡ କୁ ସାଇକେଲ ଆଣିବା ପାଇଁ ପିଲାମାନେ ଯାଇଥିଲେ। ଏହାପରେ ସେଠାରେ ବ୍ଲାକ ବ୍ରଦର୍ଶ ମାନେ ଥିଲେ ଆଉ ନିଶା ଖାଇବା ପାଇଁ ବାଧ୍ୟ କରିବା ସହ ଯେଉଁମାନେ ମନା କରିବେ ସେମାନଙ୍କ ପାଇଁ ହାତରେ ହକି ଷ୍ଟିକ୍ ଧରି ସେଠାରେ ଛିଡା ହୋଇ ରହିଥିଲେ। ଏଭଳି କି ପିଲା ମାନଙ୍କ ଦେହରେ ବ୍ଲେଡ୍ ମଧ୍ୟ ମାରିଥିବା ନେଇ ପିଲାମାନେ ନିଜ ମୁହଁ ରେ କହିଛନ୍ତି।
ଏହି ବ୍ଲାକ ବ୍ରଦର୍ଶ ଗ୍ରୁପ ରେ ଅନେକ ଛାତ୍ର ଓ ଅଣଛାତ୍ର ମାନେ ରହିଛନ୍ତି। ଯେଉଁ ମାନେ କି କଲେଜ ଛାତ୍ର ଛାତ୍ରୀ ଙ୍କ ଉପରେ ବହୁ ଦିନ ହେବ ରାଜୁତି ଚଳାଇ ଆସୁଛନ୍ତି। ଅନ୍ୟପଟେ ଜୋନ 6 ଏସପି ଙ୍କ ପ୍ରତିକ୍ରିୟା ଏବେ ସାମ୍ନା କୁ ଆସିଛି। ଆଉ ଏହି ଘଟଣାର ତଦନ୍ତ କରାଯିବ ବୋଲି ମଧ୍ୟ ସେ ଏକଥା କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଏହି ଘଟଣାର ତଦନ୍ତ ହେବା ଦରକାର୍ ନା ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।