Jul 30, 2024, 19:20 IST

ନବୀନ ବାବୁଙ୍କ କଥା ଶୁଣି ଚିନ୍ତାରେ ବିଜେପି ସରକାର !! ଜାଣନ୍ତୁ କଣ ହେଲା ଏମିତି

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଜ୍ୟରେ ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, "ରାଜ୍ୟରେ କ୍ଷମତାକୁ ଆସିଥିବା ପରେ ବିଜେପି ସରକାର ପୂର୍ବ ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣାଇଛନ୍ତି। ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି ବୋଲି କହିଛନ୍ତି ନବୀନ"। ସୁଭଦ୍ରା ଯୋଜନା ଲାଗି ୧ ଲକ୍ଷ କୋଟି ଦରକାର। ମାତ୍ର ବଜେଟରେ ଅଛି ୧୦ ହଜାର କୋଟି। 
Fg
ସେହିପରି ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ୍ ଅପେକ୍ଷାରେ ଅଛନ୍ତି ବୋଲି କହି ନବୀନ ସମାଲୋଚନା କରିଛନ୍ତି। ତେବେ ନବୀନଙ୍କୁ ଏକାଧିକ ପ୍ରଶ୍ନ କରିବା ସହ କାଉଣ୍ଟର କରିଛି ଶାସକ ବିଜେପି। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, "ସୋହେଲାରେ ଧାନ ବୋନସ୍ ଶହେ ଟଙ୍କା ଘୋଷଣା କିଏ କରିଥିଲେ ? ପିଠା ଯୋଜନା କିଏ କରିଥିଲେ ? ସେ ଜୁମଲା କୁଆଡ଼େ ଗଲା ? ବିଜୁ ଯୁବ ବାହିନୀ କାହା ଜୁମଲା ଥିଲା ? ଆମେ ନିର୍ବାଚନ ବେଳେ କହିଥିଲୁ। ନିଶ୍ଚିତ ଭାବେ ଚାଷୀଙ୍କୁ କୁଇଣ୍ଟାଲ୍ ପିଛା ୩୧ ଶହ ଟଙ୍କା ମିଳିବ। 
Gg
୨୪ ବର୍ଷ ଧରି କେନ୍ଦ୍ରର ଯୋଜନାକୁ ଜୁମଲାର ଥୋପ ଦେଇ ଶାସନ ଚଳାଇଥିଲେ। କେବଳ ନାମକରଣ କରି ପୂର୍ବରୁ ସରକାର ଚଳାଉଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ"। ସେପଟେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ସରଗରମ ବିଧାନସଭା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ତାରା ବାହୀନିପତି, ତାରାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଆଜି ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଯୁକ୍ତିତର୍କ ହୋଇଥିଲା। 
ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ତାରାଙ୍କ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ ଇରାଶିଷ ଆଚାର୍ଯ୍ୟ। ବାଚସ୍ପତିଙ୍କ ବିନା ଅବଗତିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଆଣିବା ନେଇ ଗଣମାଧ୍ୟମରେ କାହିଁକି ତାରା କହିଲେ ବୋଲି ପଚାରିଛନ୍ତି ଇରାଶିଷ। ତେଣୁ ତାଙ୍କ ବିରୋଧରେ ମଧ୍ୟ ସ୍ୱାଧୀକାର ଭଙ୍ଗ ନୋଟିସ ଗ୍ରହଣ ହେଉ ଏବଂ ସ୍ୱାଧୀକାର ଭଙ୍ଗ କମିଟିକୁ ପଠାଯାଉ ବୋଲି ଇରାଶିଷ କହିଥିଲେ।

Advertisement