ବହୁ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଖୁବ୍ ଶୀଘ୍ର ଏକ ଓଡିଆ ଆଲବମ୍ ରେ ନଜର ଆସିବେ ବୋଲି ଏବେ କୁହା ଯାଉଛି। ରାଣୀ ପଣ୍ଡା ମଧ୍ଯ ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି ତାଙ୍କର ଗେଟଅପ୍ ମଧ୍ଯ ବଢିଆ ରହିଛି। ରାଣୀ ପଣ୍ଡା କହିଥିଲେ କି ଦୀର୍ଘ ଆଠ ବର୍ଷ ପରେ ପୁଣି ଥରେ ସେ ଆଇଟମ ସଙ୍ଗ ରେ ପଫର୍ମ କରୁଛନ୍ତି। ଏହାକୁ ଟେଲିଭିଜନ ମାଧ୍ୟମରେ ଲୋକମାନେ ଦେଖି ପାରିବେ। ଖଣ୍ଡଗିରି ଯାତ୍ରା ପରେ ପରେ ନା ସେ କେଉଁ ଫିଲ୍ମ୍,
ନା ମ୍ୟୁଜିକ ଭିଡିଓ କି ଷ୍ଟେଜ ପ୍ରୋଗ୍ରାମ କେଉଁଥିରେ ବି ଦେଖା ଯାଇ ନଥିଲେ। ସେ ଆଇଟମ କରି ନଥିଲେ। ହେଲେ ବହୁତ୍ ଦିନ ପରେ ଏବେ ସେ ଆଇଟମ କରୁଛନ୍ତି। ଆଗକୁ କାମ ଆସିଲେ ସେ କରିବେ ବୋଲି ସେ କହିଥିଲେ। ସେ ଯେଉଁଠି ଏହି ଗୀତ ପାଇଁ ସୁଟିଂ କରୁଛନ୍ତି ସେଠାରେ ହେଉଛି ବିକ୍ରମ ଙ୍କ ଶଶୁର ଘର। ଏହାକୁ ନେଇ ରାଣୀ ପଣ୍ଡା କହିଥିଲେ କି ସେ ନିଜେ ଚାହୁଁଛନ୍ତି ବିକ୍ରମ ଠାରୁ ଦୁରେଇ ଯିବା ପାଇଁ,
ହେଲେ ଭାଗ୍ୟ କିନ୍ତୁ ସେମାନଙ୍କୁ ତାଙ୍କ ପାଖକୁ ଟାଣି ନେଇ ଆସୁଛି। ସେ କହିଥିଲେ କି ତାଙ୍କର କାହା ସହ ହେଲେ ମଧ୍ୟ କିଛି ଲେନ ଦେନ ନାହିଁ କେବଳ ସେ କାମ କରିବାକୁ ହିଁ ଚାହୁଁଛନ୍ତି। ତାଙ୍କ କାମ ସରିଲେ ସେ ପଇସା ଧରିବେ ଆଉ ଘରକୁ ଯିବେ ଏଥି ବ୍ୟତୀତ ଆଉ କିଛି ହେଲେ ମଧ୍ଯ ନାହିଁ। ରାଣୀ କହିଥିଲେ କି ସୁଟିଂ ଚାଲିଥିବା ବେଳେ ସେମାନେ ଆସି ମଧ୍ଯ ଦେଖିକି ଗଲେଣି। ରାଣୀ ପଣ୍ଡା ଥିବା ସମୟରେ ହିଁ ସେମାନେ ସମସ୍ତେ ଆସିଥିଲେ।
ରାଣୀ ପଣ୍ଡା କହିଥିଲେ କି ସେ ଶୁଣିବାକୁ ପାଇଥିଲେ କି ସେମାନେ ରାଣୀଙ୍କ ଉପରେ ଆଟାକ୍ କରିବାକୁ ଚାହୁଁ ଥିଲେ। ଏଭଳି କି ବିକ୍ରମ ର ସ୍ତ୍ରୀ ରାଣୀଙ୍କ ନାମରେ ଥାନାରେ କେସ ଦେଇଥିବା ବେଳେ ବିକ୍ରମ ର ସାଙ୍ଗ ମାନେ ମଧ୍ୟ ରାଣୀଙ୍କ ନାମରେ ଥାନାରେ କେସ ଦେଇଛନ୍ତି। ଏବେ କେସ ମଧ୍ୟ ଚାଲିଛି। ଶେଷରେ ରାଣୀ ପଣ୍ଡା କହିଥିଲେ କି ଆଉ ସେ ଅଯଥା କଥାରେ ମୁଣ୍ଡ ପୁରେଇବେ ନାହିଁ ଏବେ ସେ କେବଳ କାମ ଉପରେ ଫୋକସ କରିବାକୁ ଚାହୁଁଛନ୍ତି।