ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଦୁଃଖଦ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଜଣେ ଯୁବକ ଯିଏ ତାଙ୍କର ସ୍ବାସ୍ଥ୍ୟ ଯୋଗୁଁ ପଡ଼ି ରହିଛନ୍ତି । ଆଉ ସେ କାମ କରୁଥିବା ବେଳେ ପଡ଼ିଯାଇଥିଲେ ଏବଂ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା ।
ଏହି ଯୁବକ ଜଣକ ଯୁବାବସ୍ଥାରେ କାମ କରି ଘର ଚଳାଉଥିଲେ ଏବଂ ତାଙ୍କ ଘରେ କେହି ଆଉ ରୋଜଗାରକ୍ଷମ ନଥିଲେ କିନ୍ତୁ ଏହି ଯୁବକ ଜଣଙ୍କର ଦେହ ଖରାପ ହୋଇଯାଇଛି । ସେ କାମ କରୁଥିବା ବେଳେ ତାଙ୍କ ଉପରେ ମାଟି, ଏବଂ ଅନେକ ଜିନିଷ ପଡ଼ି ଯାଇଥିଲା । ସେ ଏବେ ଆଉ ଚାଲି ପାରୁନାହାନ୍ତି । ସେ କେବଳ ଶୋଇକରି ରହୁଛନ୍ତି । ଏହି ବ୍ୟକ୍ତି ଜଣକ ନାମ ହେଉଛି ନିରଞ୍ଜନ ନାଏକ । ଏବେ ତାଙ୍କର ସେବା କରୁଛନ୍ତି ବୃଦ୍ଧ ବାପା ଆଉ ମାଆ ଏବଂ ସ୍ତ୍ରୀ । ଏହି ସ୍ତ୍ରୀ ଜଣକ କାମ କରି କିଛି ଟଙ୍କା ଆଣୁଛନ୍ତି । ଆଉ ଏହି ଟଙ୍କାରେ ତାଙ୍କର ପରିବାର ବହୁତ କଷ୍ଟରେ ଚଳି ଯାଉଛି ।
ଯେଉଁ ବୟସରେ ବାପା ମାଙ୍କ ଯତ୍ନ ସେ ନେବା କଥା ସେହି ବୟସରେ ବାପା ମାଆ ତାଙ୍କର ଯତ୍ନ ନେଉଛନ୍ତି । ପୁଅ ପାଇଁ ବାପାମାଆଙ୍କ ଆଖିରୁ ସୁଖୁନି ଲୁହ । ଦୁଃଖ ପାହାଡ ଉପରେ ଲଳିତା ବିଡା । ଯିଏ ଦିନେ ନିଜ ରୋଜଗାରରେ ଭଲରେ ରଖୁଥିଲେ ଆଜି ସେ ସାହାରାରେ ବଞ୍ଚିଛନ୍ତି ସବୁକିଛି ପାଇଁ ବାପା ମାଆଙ୍କ ଉପରେ ନିର୍ଭର କରିଛନ୍ତି । ତାଙ୍କୁ ଭଲ କରିବା ପାଇଁ ତାଙ୍କ ବାପା ମାଆ ଏବଂ ସ୍ତ୍ରୀ ଆଖିରୁ ନିଦ ହଜି ଯାଇଛି । ଆଜି ଠାରୁ ଏକ ବର୍ଷ ହେବ ଏଇଭଳି ପଡ଼ି ରହିଛନ୍ତି । ତାଙ୍କ ପାଖରେ ଯେତିକି ଧନ ଥିଲା ସରି ଗଲାଣି ।
ବାପା ମାଆ ଯେତିକି ଧନ ସଞ୍ଚୟ କରି ରଖିଥିଲେ ସେସବୁ ପୁଅ ଦେହ ଭଲ ହେବାରେ ଖର୍ଚ୍ଚ ହୋଇ ସାରିଲାଣି । ଏହାସହ ବିଜୁ କାର୍ଡର ମଧ୍ୟ ଟଙ୍କା ସରି ସାରିଲାଣି କିନ୍ତୁ ଏପର୍ଯ୍ୟନ୍ତ ନିରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇନାହିଁ । ଏବେ ସେ ପ୍ରଶାସନ ଏବଂ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପୁଅକୁ ସାହାଯ୍ୟ କରିଲେ ସେ ଭଲ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କର ଆକାଉଣ୍ଟ ନମ୍ବର ଏବଂ ଫୋନ୍ ପେ ନମ୍ବର ପାଇପାରିବେ । ନିରଞ୍ଜନଙ୍କୁ ସାହାଯ୍ୟ କରିବାକୁ ତାଙ୍କ ବୃଦ୍ଧ ବାପା ମାଆ ଅନୁରୋଧ କରିଛନ୍ତି ।