ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ କିଛି ଖବର ପାଇବା ସହ ଜଣେ ପ୍ରେମୀ ଯୁଗଳଙ୍କ ବିଷୟରେ ଜାଣିପାରିବେ ଯିଏ ଏହି ସମାଜ ପାଇଁ ଉଦାହରଣ ।ଆପଣମାନେ ୟୁଟ୍ୟୁବରେ ହେଉ ବା ଫେସବୁକ୍ ବା ଅନ୍ୟାନ୍ୟ ସୋସିଆଲ ମିଡିଆରେ ବିବେକ ଏବଂ ଶ୍ରିଜାନାଙ୍କ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । ତାଙ୍କର ପ୍ରେମ କାହାଣୀ ବିଷୟରେ କିଏ ବା ଜାଣି ନଥିଲା । ସେମାନେ ବହୁତ ଭଲରେ ଥିଲେ ଆଉ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ନିକଟରେ ବିବେକଙ୍କ ଦେହ ଖରାପ ହୋଇ ଯାଇଥିଲା ।

ବିବେକ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ସ୍ଵାମୀ ମରିଗଲା ପରେ ସନ୍ନ୍ୟାସିନୀ ହୋଇଗଲେ ଶ୍ରୀଜାନା । ସେ ଆଉ କାହାକୁ ପ୍ରେମ କରିବେ ନାହିଁ କି ଆଉ କାହାକୁ ଭଲପାଇବେ ନାହିଁ କି ଆଉ କାହାକୁ ହରାଇ ବିଧବା ହେବେ ନାହିଁ । ସେ ସବୁକିଛି ଛାଡ଼ିଦେଲେ ଆଉ ଏବେ ସେ ସନ୍ନ୍ୟାସିନୀ ହୋଇ ଯାଇଛନ୍ତି । ସେ ହେଉଛନ୍ତି ଏହି ଶ୍ରୀଜାନା ଯିଏ ଦିନେ ସ୍ଵାମୀ ସହିତ ହସୁଥିଲେ, ଖେଳୁଥିଲେ ଆଉ ମିଠା ମିଠା ଜୀବନ ଜିଉଁଥିଲେ । ଶ୍ରୀଜାନା ଆଉ ବିବେକ ପରସ୍ପରକୁ ବହୁତ ଭଲ ପାଉଥିଲେ ଆଉ ସେମାନେ ଏକାଠି ଥିଲେ । ଉଭୟ ଉଭୟଙ୍କୁ ଫେସବୁକରେ ଭଲ ପାଇଥିଲେ ।

ତାପରେ ଦୁହେଁ ଦୁହିଁଙ୍କୁ ଦେଖିଥିଲେ, କଥାବାର୍ତ୍ତା ହୋଇଥିଲେ ଏବଂ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା ଆଉ ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇଥିଲେ । ଜଣେ ଜଣଙ୍କୁ ଛାଡି ରହିପାରୁ ନଥିଲେ କିନ୍ତୁ ଭଗବାନ ଏଭଳି କରିଥିଲେ । ଉଭୟଙ୍କର ବିବାହ ହେବା ପରେ ବିବେକଙ୍କ ମୁଣ୍ଡ ଯନ୍ତ୍ରଣା ସବୁବେଳେ ହୋଇଥିଲା । ଆଉ ସେ ଯେତେବେଳେ ମେଡିକାଲ ଯାଇଥିଲେ ତାଙ୍କର ବ୍ରେନ୍ କ୍ୟାନସର ହୋଇଛି ବୋଲି ଜଣା ପଡିଥିଲା । ଆଉ ତାପରେ ତାଙ୍କର କ୍ୟାନସର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।
ଆଉ ଏହାପରେ ଡାକ୍ତର ତାଙ୍କୁ ୬ ମାସ ସମୟ ଦେଇଥିଲେ । ଏହି ୬ ମାସ ଶ୍ରୀଜାନା କିଭଳି ବିବେକଙ୍କ ସହିତ ସମୟ ବିତାଇଥିବେ ତାହା ତ ଆପଣମାନେ ଦେଖିଥିବେ । ଗୋଟିଏ ପଟେ ହସ୍ପିଟାଲ ବେଡ଼ରେ ମରଣ ସହିତ ଲଢେ଼ଇ କରୁଥିଲେ ବିବେକ । ଆଉ ଗୋଟିଏ ପଟେ ସ୍ବାମୀଙ୍କ ସେବା କରିଥିଲେ ସ୍ତ୍ରୀ । ଆଉ ଶେଷରେ ବିବେକ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ସ୍ଵାମୀ ମରିଯିବା ପରେ ଅନେକ କଥା ଆସୁଥିଲା କି ଶ୍ରୀଜାନା ଆଉ ଜଣଙ୍କୁ ବିବାହ କରିବେ ଆଉ ସୁଖର ସଂସାର କରିବେ କିନ୍ତୁ ସେ ଏବେ ସନ୍ୟାସିନୀ ହୋଇ କରିଛନ୍ତି । ସେ କାହାକୁ ଆଉ ବିବାହ କରିବେ ନାହିଁ । ସତରେ ଏମିତିକା ପ୍ରେମ ସମ୍ପର୍କ ଆପଣମାନେ ଆଗରୁ କେବେ ଦେଖି ନଥିବେ ।