ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ସନ୍ଧ୍ୟା ସୁଦ୍ଧା ଭୟଙ୍କର ହେବ ବାତ୍ୟା ଦାନା। ଘଣ୍ଟା ପ୍ରତି ୧୧୦ ରୁ ୧୨୦ କିମି ବେଗରେ ପବନ ର ଝଟକା ଦେବ। ପ୍ରସ୍ତୁତ ହୋଇ ଗଲେଣି ଓଡ୍ରାଫ ଓ ଏନଡିଆରେଫ ଟିମ। ଘନ ଘନ ଚାଲିଛି ସ୍ଥାନସ୍ତର। ବାତ୍ୟା ମୁକାବିଲା କରିବା ପାଇଁ ପୂରା ଆକ୍ସନ ମୋଡ଼ ରେ ରହିଛି ସରକାର।୯ ଜଣ ମନ୍ତ୍ରୀଙ୍କୁ ମିଳିଲା ୯ ଜିଲ୍ଲାର ଗୁରୁ ଦାୟିତ୍ଵ।୨୪ ତାରିଖ ମଧ୍ୟ ରାତ୍ରରେ ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ ତରଫରୁ ସୁଚନା ମିଳିଛି।
ପାରାଦୀପ ଠାରୁ ୬୭୦ କିମି ଦୂରରେ ରହିଛି ଏହି ଗଭୀର ଅବପାତ। ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଭିତରକନିକା ଓ ଧାମରା ମଧ୍ୟ ଦେଇ ଛୁଇଁବ ସ୍ଥଳ ଭାଗ। ଗଭୀର ଅବପାତ ଓଡ଼ିଶା ମୁହାଁ ହୋଇ ୨୪ ତାରିଖରେ ଭୀଷଣ ବାତ୍ୟା ରୂପ ନେଇ ଲ୍ୟାଣ୍ଡ ଫଲ୍ କରିବ। ଯାହାକୁ ନେଇ ରାଜ୍ୟ ସରକାର ଜିରୋ କାଯୁଆଲିଟି ଉପରେ ଗୁରୁତ୍ବ ଦେଇଛନ୍ତି। ଛଅ ଜଣ ବରିଷ୍ଠ ଆଇଏଏସ ଙ୍କୁ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଛଅଟି ଜିଲ୍ଲାର ଦାୟିତ୍ବ ଦେଇଥିବା ବେଳେ ,
ଆଜି ନଅ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ସବୁ ମନ୍ତ୍ରୀ ମାନଙ୍କୁ ଦାୟିତ୍ଵ ବଣ୍ଟନ କରି ସାରିଛନ୍ତି ଯେମିତି କୌଣସି ପ୍ରକାରର କ୍ଷତି ହେବ ନାହିଁ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ବାତ୍ୟାର ମୁକାବିଲା କୁ ପ୍ରସ୍ତୁତ ଥିବା କଥା ମଧ୍ୟ କହିଛନ୍ତି। ତେବେ ଆଗକୁ ବାତ୍ୟା କେଉଁ ରୂପ ନେବ ତାହା ସମୟ କହିବ।
ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ରହିଛନ୍ତି। ଆଉ ଧୀରେ ଧୀରେ ଆଗକୁ ସମୟ ହିଁ କହିବ ଯେ ଏହା କେଉଁ ରୂପ ନେବ। ତେବେ ଏହି ବାତ୍ୟା କୁ ନେଇ ଆପଣ ମାନେ କେତେଦୂର ପ୍ରସ୍ତୁତ ଅଛନ୍ତି ଆପଣଙ୍କ ମତାମତ ଓ ପ୍ରତିକ୍ରିୟା ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ ନିଶ୍ଚିତ ଭାବରେ ଏହା ଆପଣ ଆମକୁ ଜଣାଇବେ।