ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ବାତ୍ୟାର ଭୟ ସମସ୍ତଙ୍କୁ ଡରାଇ ଦେଇଛି। ଆପଣ ମାନେ ବାତ୍ୟା ସହ ଓଡ଼ିଶାର ସମ୍ପର୍କ କଣ ତାହା ବେଶ ଭଲ ଭାବରେ ଜାଣିଥିବେ। ଏହି ବାତ୍ୟା ଦ୍ବାରା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ସାରିଛନ୍ତି। ବାତ୍ୟା ପୂର୍ବରୁ ଓଡ଼ିଶାର ଧନଜୀବନ ଓ ସମ୍ପତ୍ତି କୁ ଖୁବ୍ କ୍ଷତି ମଧ୍ୟ କରି ସାରିଛି। ଯାହାକୁ ନେଇ ବହୁ ଦିନ ଧରି ଲୋକମାନେ ଅନେକ କଷ୍ଟ ମଧ୍ଯ ଭୋଗିଛନ୍ତି।
ଆମେ ଏବେ ଆପଣଙ୍କୁ ଏହା ସମ୍ପର୍କରେ କହିବାକୁ ଯାଉଛୁ। ବାତ୍ୟା ଏବେ ଉତ୍ତର ପଶ୍ଚିମ ଉପକୂଳ ଦେଇ ଗତି କରିବ। ଆଉ ଏହା ୨୪ ତାରିଖ ରାତି ଓ ୨୫ ସକାଳ ଭିତରେ ପୁରୀ ଓ ସାଗରଦ୍ଵିପ ମଧ୍ୟ ଦେଇ ଗତି କରିବ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଭାବରେ ସ୍ପଷ୍ଟ ଦିଗ ବର୍ତ୍ତମାନ ସୁଦ୍ଧା ଜଣା ପଡି ପାରୁ ନାହିଁ। ଏନେଇ ସରକାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛନ୍ତି। ଯେମିତି କାହାର କିଛି କ୍ଷତି ହେବନି ତାହା ଦୃଷ୍ଟି ରଖିଛନ୍ତି।
ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଯେଉଁ ମତ୍ସ୍ୟଜୀବୀ ମାନେ ଯାଇଛନ୍ତି ତାଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏନେଇ ମଧ୍ୟ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ସତର୍କ ମଧ୍ୟ କରାଯାଇଛି। ଏଭଳି କିଛି ସମୟ ମଧ୍ୟ ରେ ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା କୁ ଯାଉଛି।ଏଥିପାଇଁ ଲୋକ ମାନେ କିଭଳି ସୁରକ୍ଷିତ ରହିବେ ତାହା ଦୃଷ୍ଟି ରେ ରଖା ଯାଇଛି।
ରିଲିଫ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକ ମାନଙ୍କୁ ଉଦ୍ଧାର କରାଯିବା ସହ ରିଲିଫ ମଧ୍ୟ ପ୍ରଦାନ କରାଯିବ। ଲୋକ ମାନଙ୍କୁ ତଳିଆ ଅଞ୍ଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମଧ୍ୟ କୁହା ଯାଉଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ବାତ୍ୟା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।