ଆଜିକାଲି ଦୁନିଆରେ ଲୋକମାନେ ବିବାହ କରି ଅନେକ କିଛି ଖରାପ କାମ କରୁଛନ୍ତି । ଗୋଟିଏ ସ୍ଵାମୀ ତାର ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ପାଖକୁ ଯାଉଥିବା ଘଟଣା ତ ଆପଣମାନେ ଜାଣିଥିବେ ।ଆଉ ସେହିଭଳି ସ୍ତ୍ରୀ ମଧ୍ୟ ନିଜ ସ୍ଵାମୀ ଥାଉ ଥାଉ ଇଆର ପୁରୁଷ ସହ ସମ୍ପର୍କ ରଖୁଛି । ଏହି ଘଟଣା ଆଜିକାଲି ଦୁନିଆରେ ଅନେକ ଦେଖିବାକୁ ମିଳୁଛି । ଏବେ ଏହିସବୁ ଘଟଣା ସମାଜରେ ବହୁତ ଘଟୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ଦେଖିପାରିବେ ଯାହା ସମସ୍ତଙ୍କ ପାଇଁ ଉଦାହରଣ ଅଟେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଜଣେ ସ୍ତ୍ରୀ ତାର ପିଠିରେ ସ୍ବାମୀଙ୍କୁ ଧରି ଚାଲି ଚାଲି ରାସ୍ତାରେ ଯାଉଛି । ଏହି ସ୍ଵାମୀ ଜଣଙ୍କର ଦୁଇଟି ଗୋଡ ନଷ୍ଟ ହୋଇଯାଇଛି । ସେ ଚାଲି ପାରୁ ନାହାଁନ୍ତି କି ଛିଡ଼ା ହୋଇ ପାରୁ ନାହାନ୍ତି । ସ୍ଵାମୀ ଜଣକ ଯେଉଁଆଡେ ଯିବାକୁ ଚାହୁଁଥିଲେ ସେ ତାଙ୍କୁ ନେଇ କରି ଯାଉଥିଲେ । ଆଉ ଏବେ ରାସ୍ତାରେ ଏହି ସ୍ତ୍ରୀ ଜଣକ ତାର ପିଠିରେ ସ୍ବାମୀଙ୍କୁ ନେଇ ଯାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଆଜିକା ସମାଜରେ ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ରାଗରେ ସ୍ବାମୀଙ୍କୁ ମାରି ଦେଇଥାନ୍ତି ।

ଆଉ କିଛି ସ୍ତ୍ରୀ ସ୍ବାମୀଙ୍କୁ ଛାଡି ପର ପୁରୁଷ ପାଖକୁ ଚାଲି ଯାଆନ୍ତି । କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ଅଲଗା । ସବୁକିଛି ଠିକ୍ ଚାଲିଥିଲା ଆଉ ହଠାତ୍ ଏହି ସ୍ଵାମୀ ଜଣଙ୍କର ଦୁଇ ଗୋଡ଼ କାମ କରିଲା ନାହିଁ । ଆଉ ସେ ଅକାମୀ ହୋଇଗଲେ । ଆଉ ଏହି ଦିନ ଠାରୁ ସେ କେଉଁଆଡେ ଯିବାକୁ ଚାହିଁଲେ ତାଙ୍କ ସ୍ତ୍ରୀ ତାଙ୍କୁ ପିଠିରେ ଧରି ନେଇ ଯାଇଥାନ୍ତି । ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ କରିବାକୁ ସରକାରୀ ଅଫିସକୁ ଆସିଥିଲେ କିନ୍ତୁ ଦୁଃଖର ବିଷୟ ଏହି ସ୍ଵାମୀ ଜଣଙ୍କୁ କିଛି ବି ମିଳି ନଥିଲା ।
ଏହି ସ୍ଵାମୀ ଜଣଙ୍କୁ ହ୍ୱିଲ ଚେୟାର ମିଳି ନଥିଲା ସେଥିପାଇଁ ଏହି ସ୍ଵାମୀ ଜଣଙ୍କୁ ସ୍ତ୍ରୀ ପିଠିରେ ଧରି ନେଇଥିଲା । ସ୍ତ୍ରୀ ଜଣକ ରାସ୍ତାରେ ଏଭଳି ଯାଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଥିଲା । ଆଉ ଏହି ଭିଡିଓ ଆସିବା ପରେ ଲୋକମାନେ ଏହି ସ୍ତ୍ରୀକୁ ସାବାସ ବୋଲି କହୁଛନ୍ତି । ଆଉ ସ୍ବାମୀ ଜଣଙ୍କର ଭାଗ୍ୟ ବହୁତ ଭଲ ବୋଲି କହୁଛନ୍ତି । ଏବେ ଏହି ସ୍ତ୍ରୀ ଜଣକ ସବୁ ନାରୀଙ୍କ ପାଇଁ ଉଦାହରଣ ଅଟେ । ଯେଉଁ ସ୍ତ୍ରୀମାନେ ଏଭଳି ସ୍ବାମୀଙ୍କୁ ଛାଡି ପଳାଇ ଯାଉଛନ୍ତି ବା ମାରି ଦେଉଛନ୍ତି ସେମାନଙ୍କ ପାଇଁ ଏହା ଉଦାହରଣ ଅଟେ ।