Updated: Sep 29, 2024, 15:17 IST

ଭଦ୍ରକ ଦଙ୍ଗାକୁ ନେଇ ମୁଁହ ଖୋଲିଲେ ସୂର୍ଯ୍ୟବଂଶୀ ସୁରଜ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଦ୍ରକରେ ଦଙ୍ଗା ପରିସ୍ଥିତିକୁ ନେଇ ବଢ଼ିଛି ଚିନ୍ତା। ଭଦ୍ରକ ସହର ଏବଂ ଧାମନଗରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ ପ୍ରଶାସନ। ତେବେ ପୋଲିସ ଉପରେ ଦଙ୍ଗାକାରୀଙ୍କ ଆକ୍ରମଣକୁ ଗୁରୁତ୍ୱର ସହିତ ନେଇଯାଇଛି। ତେବେ ଏନେଇ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲାପାଳ ଓ ଏସପିଙ୍କ ସହିତ ଭଦ୍ରକ ବିଧାୟକ ସିତାଂସୁ ଶେଖର ମହାପାତ୍ର ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଏହି ବୈଠକରେ ଏକାଠି ହେଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଜରୁରୀ ଆଲୋଚନା ମଧ୍ୟ କରିଛନ୍ତି। 
Hh
ତେବେ ପୁରା ଘଟଣା ଉପରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି। ଏସପିଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ପୋଲିସ ଉପରେ ଆକ୍ରମଣ କରିଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦଙ୍ଗା ପରିସ୍ଥିତିକୁ ନଜରରେ ରଖି ଆଜି ସନ୍ଧ୍ୟାରେ ଦୁଇ କମ୍ପାନୀ ରୀୟାପିଡକ୍ସନ୍ ଫୋର୍ସ ଭଦ୍ରକରେ ପହଞ୍ଚିଛନ୍ତି। ସେପଟେ ଧାମନଗର ୧୬୩ ଧାରା ୪୦୬ ପ୍ଲାଟୁନ ଫୋର୍ସ ମୁତୟନ ହେଇଛନ୍ତି। ଭଦ୍ରକ ଜିଲ୍ଲାପାଳ ମଧ୍ୟ କହିଛନ୍ତି ଯେ, "ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କିନ୍ତୁ ଅବସ୍ଥା ଦେଖି ପରବର୍ତ୍ତୀ ପଦେକ୍ଷପ ନିଆଯିବ"। 
Bh
ଏହି ଘଟଣାକୁ ନେଇ ଦୀର୍ଘ ଘଣ୍ଟା ଧରି ବୈଠକରେ ଆଲୋଚନା ହେଇଛି ଏବଂ ଏଥିରେ ଯେଉଁ ମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଗତକାଲି ଘଟଣାକୁ ନେଇ କହିଛନ୍ତି ବଡ଼କଥା। ଭଦ୍ରକରେ କ୍ରମାଗତ ଭାବେ ହିଂସା ବଢ଼ିଚାଲିଛି ବୋଲି କହିଛନ୍ତି ସୁରଜ। ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ମଧ୍ୟ ଏଭଳି ଘଟଣା ଘଟିଛି। ହେଲେ ବାରମ୍ଵାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ, ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ- କିଛି ଅସାମାଜିକ ଶକ୍ତି ଓଡିଶାକୁ କେରଳ ବା ପଶ୍ଚିମବଙ୍ଗ ଭଳି କରିବାକୁ ଚାହୁଁଛନ୍ତି। 
ଏଭଳି ମନ୍ଦ ଉଦ୍ଦେଶ୍ୟକୁ ରୋକିବା ପାଇଁ ଏବଂ ଲୋକଙ୍କ ସୁରକ୍ଷା ପାଇଁ ତାଙ୍କ ସରକାର କୌଣସି ବି ସ୍ତରକୁ ଯାଇପାରନ୍ତି ବୋଲି ଚେତାଇ ଦେଇଛନ୍ତି ଧାମନଗର ବିଧାୟକ। ତେବେ ସୋସିଆଲ ମିଡିଆର ଏକ ପୋଷ୍ଟକୁ ନେଇ ଭଦ୍ରକରେ ଗତକାଲି ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକେ ଶୋଭା ଯାତ୍ରାରେ ବାହାରିଥିଲେ। ହେଲେ ପୋଲିସ ଅଟକାଇବାରୁ ସେମାନେ ଆ-କ୍ର-ମ-ଣ କରି କିଛି ପୋଲିସ ଅଧିକାରୀଙ୍କ ମୁଣ୍ଡ ପଠାଇ ଦେଇଥିଲେ। ତେଣୁ ପୋଲିସ ପ୍ରଶାସନ ଉପରେ ଏଭଳି ଆ-କ୍ର-ମ-ଣର ଦୂସାହାସ କରିଥିବା ଏବଂ ଉତ୍ତେଜନା ତଥା ଦଙ୍ଗାକୁ ଉସକାଉଥିବା ଦୋଷୀ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Advertisement