May 17, 2024, 16:52 IST

ସାବଧାନ !! ମାତିଲେ ସାଇବର ଠକ ଦେଖନ୍ତୁ ଏହି ନମ୍ବରରୁ କଲ ଉଠାଇଲେ ଆକାଉଣ୍ଟରୁ ଚାଲିଯିବ ସମସ୍ତ ଟଙ୍କା

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି।
ଏବେ ଏଭଳି ଧରଣର ଲୁଟ୍‌ ବେଶୀ ସଂଖ୍ୟାରେ ହେଉଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସାଇବର ଅପରାଧୀଙ୍କ ବିରୋଧରେ ସତର୍କ ସୂଚନା ଜାରି କରିଛି। 
Hh
ଦୁନିଆଁ ଟେକ୍ନୋଲୋଜୀରେ ଯେତିକି ଆଗକୁ ଯାଉଛି, ସାଇବର ଅପରାଧୀମାନେ ସେତିକି ସକ୍ରିୟ ହେଉଛନ୍ତି। ଅନଲାଇନରେ ବିଭିନ୍ନ ପ୍ରକାର ଫେକ୍ କଲ୍‌, ଫେକ ଲିଙ୍କ୍ ପଠାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଏବେ କିଛିଦିନ ହେଲା ପାକିସ୍ତାନରୁ ଫେକ୍ କଲ ଆସୁଛି।
ପୋଲିସ ଅଧିକାରୀଙ୍କ ଫଟୋ ଥିବା ଏକାଧିକ ନମ୍ବରରୁ ହ୍ୱାଟ୍ସଆପ୍ କଲ ଆସୁଛି। ଫୋନ ଉଠାଇଲେ ବିଭିନ୍ନ କଥା କହି ଭୟଭୀତ କରି ଟଙ୍କା ଠକି ନେଉଛନ୍ତି। ଏହା ଜଣାପଡିବାରେ ଓଡ଼ିଶା ପୋଲିସ ଜନସାଧାରଣଙ୍କୁ ସତର୍କ କରିଛି। 
ତେବେ ବନ୍ଧୁଗଣ +୯୨ ନମ୍ବରରୁ କଲ୍ ଆସିଲେ ସାବଧାନ। ସୁରକ୍ଷା ନେଇ ସୂଚନା ଜାରି କଲା କମିଶନରେଟ୍ ପୋଲିସ। ଠକେଇରୁ ବର୍ତ୍ତିବାକୁ ସତର୍କ କରାଇଲା ପୋଲିସ। ପାକିସ୍ତାନ ନମ୍ବର ହ୍ୱାଟ୍ସଆପ୍ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୋଲିସ।
Gh
+୯୨ ନମ୍ବରରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ସାଇବର ଅପରାଧୀ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି। ଏହି ନମ୍ବରରେ କଲ କରି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି। 
ଏଥିଲାଗି ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପୋଲିସ ବିଭାଗ ଅପିଲ କରିଛି। +୯୨ ନମ୍ବରରେ କଲ କରି ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଉଛନ୍ତି।
ଆଉ କହୁଛନ୍ତି, ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି। ଏଥିଲାଗି ଜନସାଧାରଣ ଙ୍କୁ ସତର୍କ ଓ ସଜାଗ ରହିବାକୁ ପୋଲିସ ବିଭାଗ ଅପିଲ କରିଛି।

Advertisement