ଏକା ସମୟରେ ଲିଭି ଯାଇଛି ତିନି ତିନିଟା ପରିବାରର ଜୀବନ ଦୀପ। କାନ୍ଦ ବୋବାଳି ଫାଟି ପଡ଼ୁଛି ମେଡିକାଲ ର ପରିସର। ଚାରି ମୃ-ତ-ଦେହ ପଡ଼ିଛି ମେଡିକାଲ ପରିସରରେ। ଖାଲି ମୃ-ତ-କଙ୍କ ପରିବାର ଲୋକେ କାନ୍ଦୁ ନାହାଁନ୍ତି ମାତ୍ର ମେଡ଼ିକାଲ ପରିସରରେ ଯେଉଁ ସବୁ ଲୋକମାନେ ଛିଡା ହୋଇଛନ୍ତି ସେମାନଙ୍କ ଆଖିରୁ ମଧ୍ୟ ଝରି ଯାଉଛି ଲୁହ।ସମସ୍ତଙ୍କ ମୁହଁ ରେ ଗୋଟିଏ କଥା କି ଏମିତି ହେଇଗଲା କେମିତି।

ବିଧାତା ର ବିଚିତ୍ର ବିଧାନ। ଯିଏ ଶବ ଉଠାଇ ଘରକୁ ଆଣୁଥିଲେ ସେ ଆଜି ଶବ ସହ ଶବ ହୋଇ ଘରକୁ ଫେରିଲେ।ବାପାଙ୍କୁ ଆଣିବାକୁ ଯାଇଥିବା ପୁଅ ବି ସବୁଦିନ ପାଇଁ ଉପରକୁ ଚାଲିଗଲା। ଗୋଟେ ପକ୍ଷରେ ବାପାଙ୍କ ମୃ-ତ୍ୟୁ ରେ ଭାଙ୍ଗି ପଡ଼ିଥିବା ପରିବାର ଉପରେ ଏବେ ପୁଣି ଥରେ ଦୁଃଖ ମାଡ଼ି ବସିଛି। ସୁଚନା ମୁତାବକ ପରିବାର ଲୋକେ ମୃ-ତ-ଦେହ କୁ କଟକ ବଡ଼ ମେଡ଼ିକାଲ ରୁ ନିଜ ଘରକୁ ନେଇ ଆସୁଥିଲେ।

ହେଲେ କିଏ ବା ଜାଣିଥିଲା ଏଭଳି କିଛି ଘଟିଯିବ ବୋଲି। ଯେଉଁ ଆମ୍ବୁଲାନ୍ସ ରେ ବାପାର ମୃ-ତ-ଦେହ କୁ ଘରକୁ ନେଉଥିଲେ ସେହି ଆମ୍ବୁଲାନ୍ସ ଧକ୍କା ରେ ପ୍ରାଣ ହରାଇଲେ ମୃ-ତ-କଙ୍କ ପୁଅ ଓ ଭିଣୋଇ ଏଥି ସହ ଆମ୍ବୁଲାନ୍ସ କର୍ମଚାରୀଙ୍କ ମଧ୍ୟ ମୃ-ତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ୧୬ ନମ୍ୱର ଜାତୀୟ ରାଜପଥରେ। ମୃ-ତ-କଙ୍କ ସହ ଚାଲି ଯାଇଛି ଆଉ ତିନି ଜୀବନ।ଘରକୁ ଫେରିବା ବେଳେ ମାଇଟାପୁର ନିକଟରେ ଏଭଳି ଦୁର୍ଘଟଣା ଘଟିଛି।
ଦିବାକର ଜେନା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୃ-ତ୍ୟୁ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ରେ ଘରକୁ ଅଣା ଯାଉଥିଲା। ଦୁର୍ଘଟଣା ଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଏବେ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭଲ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।