Updated: Nov 26, 2024, 11:04 IST

ବାଂଲାଦେଶୀ ଝିଅଙ୍କୁ ଓଡ଼ିଶା ଆଣିଥିବା ଦଲାଲ୍ ଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

B

ତେବେ ଆପଣ ମାନେ ଜାଣିଥିବେ କି କଟକ ରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଭୁବନେଶ୍ଵରରେ ମଧ୍ୟ ୨୩ ଜଣ ବାଂଲାଦେଶୀୟ ଯୁବତୀ ରହିଛନ୍ତି ଯାହାକୁ ନେଇ କିଛି ଦଲାଲ ମଧ୍ୟ ଦେହ କାରବାର ଚଳାଇ ଛନ୍ତି। ଏହାକୁ ନେଇ ଏବେ ସତ ସାମ୍ନା କୁ ଆସିବା ପରେ ସାରା ଓଡ଼ିଶାରେ ଏବେ କେବଳ ଏହି ସମ୍ପର୍କରେ ଚର୍ଚ୍ଚା ହେବାରେ ଲାଗିଛି କି ଏତେ ବଡ ଘଟଣା ଘଟି ଯାଇଥିଲେ ଶୁଦ୍ଧା ପୋଲିସ କେମିତି କିଛି ଜାଣି ପାରିଲା ନାହିଁ।
Gg
ଏହି ସମ୍ପର୍କରେ ମଧ୍ୟ ଡିଜିପିଙ୍କୁ ପ୍ରଶ୍ନ କରାଯାଇ ଥିଲା କି ତାଙ୍କର ଆଗାମୀ ପଦକ୍ଷେପ କଣ ହେବାକୁ ଯାଉଛି ଯାହାକୁ ନେଇ ସେ କହିଥିଲେ କି। କଟକ ଘଟଣାରେ ଯେତେବେଳେ ପୋଲିସ ପାଖରେ ଏହା ଆସି ଖବର ପହଞ୍ଚି ଥିଲା ସେତେବେଳେ ପୋଲିସ ଏହାର ସାଙ୍ଗେ ସାଙ୍ଗ ରିପୋର୍ଟ କରିଥିଲା। ପୋଲିସ ତରଫରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା। ଏହା ଉପରେ ମଧ୍ୟ ତାଙ୍କର ନଜର ରହିଛି ବୋଲି କହିଥିଲେ।
Gg
ଯେଉଁ ଯେଉଁ ସମୟରେ ସେ ଯାହା ଖବର ପାଉଛନ୍ତି ଯାହା ଆକ୍ସନ ନେବା କଥା ତାହା ସେ ନେଉଛନ୍ତି ବୋଲି ମଧ୍ୟ କହିଥିଲେ। ଏହାପରେ ପୋଲିସ ଡିଜିପି ଙ୍କୁ ପଚାର ଯାଇଥିଲା କି ବାଂଲାଦେଶୀୟ ଯୁବତୀଙ୍କୁ ଜାଲ କାଗଜ ପତ୍ର କରି ରଖା ଯାଇଥିବା ବେଳେ ତାଙ୍କୁ ସୀମା କିପରି ପାର କରାଇ ଥିଲେ ତାହାର ତଦନ୍ତ କରାଯିବ ନା ନାହିଁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇ ଡିଜିପି କହିଥିଲେ କି ଏହାର ତଦନ୍ତ ନିଶ୍ଚୟ କରାଯିବ।
ଆଉ ଏଥିପ୍ରତି ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲା ପୋଲିସ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଆମ ରାଜ୍ୟରେ ଦିନକ ପରେ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ତେବେ ଏହି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ଓ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Advertisement