ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ପହଣ୍ଡି ସମୟରେ କାହିଁକି ଗଳି ପଡ଼ିଥିଲେ ବଡ ଠାକୁର। ସେ ନେଇ ଆରମ୍ଭ ହେଲା ତଦନ୍ତ। ଗଠନ ହେଇଛି ୩ ଜଣିଆ ଟିମ୍। ଏବେ ସବୁ ସତ ସାମ୍ନାକୁ ଆସିବ।
ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାରେ ଏବେ ତଦନ୍ତ ଆରମ୍ଭ ହେଇଛି। ଏକ ତିନି ଜଣିଆ କମିଟି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହିଙ୍କୁ ଡ଼ାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା ଜାରି ରଖାଯାଇଛି।
ତେବେ ରଥଯାତ୍ରା ସମୟରେ ଠାକୁର ମାନେ ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଇଥିବା ବେଳେ ଚାରମାଳ ଉପରେ ମୁଁହ ମାଡ଼ି ପଡ଼ି ଯାଇଥିଲେ ବଡ ଠାକୁର ବଳଭଦ୍ର। ଯାହାକୁ ନେଇ ପୁରା ରାଜ୍ୟରେ ଅସନ୍ତୋଷ ଭରି ରହିଛି। ବଡ଼ ଠାକୁରଙ୍କୁ ପକେଇଦେବା ଘଟଣାରେ ନିଳାନ୍ଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା।
ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାରି ଭିତରେ ୨୪ ଦିନ ବିତି ଯାଇଥିଲେ ସୁଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଇନଥିଲା। ଯାହାକୁ ଗୁରୁତର ସହ ନେଇ ଯାଞ୍ଚ କମିଟି ଏକ ୩ ଜଣିଆ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ରଥ ଉପରେ ଅଧିକ ଭିଡ ପାଇଁ ଏଭଳି ଘଟିଥିଲା ନା ଆଉ କିଛି କାରଣ ପାଇଁ ବଡ ଠାକୁର ବଳଭଦ୍ର ପଡ଼ିଗଲେ ଏବେ ତାର ତଦନ୍ତ ଆରମ୍ଭ ହେଇଛି। ଆଉ ସତ ମଧ୍ୟ ଖୁବଶୀଘ୍ର ବାହାରକୁ ଆସିବ ବୋଲି ଆଶା କରାଯାଇଛି।