ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁନିଆରେ ଏମିତି କିଛି ଜୀବ ଅଛନ୍ତି, ଯିଏ ନିଜର ଖାସ ବିଶେଷତ୍ୱ ପାଇଁ ପରିଚିତ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ବିଶେଷ ପକ୍ଷୀଙ୍କ ବିଷୟରେ କହିବାକୁ ଯାଉଛୁ। ତେବେ ଏହି ପକ୍ଷୀଙ୍କ ଆ-କ୍ର-ମ-ଣ କରିବାର ଶୈଳୀ ଅନେକ ଭୟଙ୍କର ହୋଇଥାଏ। ଯେଉଁଥିପାଇଁ ଜଣେ ମଣିଷର ଜୀବନ ବି ଯାଇପାରେ। ବୈଜ୍ଞାନିକମାନେ ଏମାନଙ୍କୁ ସର୍ବଭକ୍ଷୀ ପକ୍ଷୀଙ୍କ ଶ୍ରେଣୀରେ ରଖନ୍ତି। ଯଦି ଭୁଲରେ ଏହି ପକ୍ଷୀ କାହା ପଛରେ ପଡିଯାଆନ୍ତି, ତେବେ ଏମାନଙ୍କ ପିଛା ଛଡାଇବା ଅସମ୍ଭବ।

ଅନେକ ସମୟରେ ଏମାନଙ୍କ ଆକ୍ରମଣରେ ମଣିଷର ଜୀବନ ବି ଯାଇଛି। ବିଶ୍ୱର ସବୁଠୁ ବିପଦଜନକ ଓ ଭୟଙ୍କର ପକ୍ଷୀଙ୍କ ଗଣନା ମଧ୍ୟରେ କ୍ୟାସୋଓରୀ ପକ୍ଷୀଙ୍କ ଗଣନା ହୁଏ। ଶୁତୁରମୁର୍ଗ ଓ ଏମୁ ପରେ ଏହା ଦୁନିଆର ତୃତୀୟ ସବୁଠୁ ବଡ ପକ୍ଷୀ। କ୍ୟାସୋଓରୀ ପ୍ରାୟ ୫୦ କିଲୋମିଟର ବେଗରେ ଦୌଡିପାରେ। ଏହି ପକ୍ଷୀର ଆ-କ୍ର-ମ-ଣ ଅତି ଖତରନାକ ହୋଇଥାଏ, ଯେଉଁଥିରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ପ୍ରାଣ ଯାଇସାରିଛି। ବିଶ୍ୱର ସବୁଠୁ ବଡ ପକ୍ଷୀଙ୍କ ମଧ୍ୟରେ ଆଫ୍ରିକି ଶୁତୁରମୁର୍ଗଙ୍କ ଗଣନା ହୁଏ। ଦେଖିବାକୁ ଏମାନେ ଅତି ସୁନ୍ଦର। ମାତ୍ର ଏମାନଙ୍କୁ ସୁନ୍ଦର ଭାବିବା ଭୁଲ କଦାପି।

କାରଣ ଏମାନେ ଅତି ଭୟଙ୍କର। ଏମାନଙ୍କ ଡେଣା ଅତି ମଜଭୁତ ଥାଏ ଏବଂ ସେମାନେ ସେହି ଡେଣାରେ ହିଁ ହାମଲା କରିଥାନ୍ତି। ମଣିଷଙ୍କ ଉପରେ ୟୁରୋପିଅନ ହେରିଂ ଗଲ ଆ-କ୍ର-ମ-ଣ କରିବା ସମସ୍ତେ ଜାଣନ୍ତି। ଅନେକ ସମୟରେ ଖାଦ୍ୟ ଅନ୍ୱେଷଣ ସମୟରେ ସେମାନେ ନିଜ ପର ସହିତ ମଣିଷଙ୍କ ଉପରେ ଆ-କ୍ର-ମ-ଣ କରନ୍ତି। ଏମାନଙ୍କ ଆ-କ୍ର-ମ-ଣରେ ଜଣେ ମଣିଷଙ୍କୁ ଗଭୀର ଆଘାତ ଲାଗିଥାଏ। ଅଧିକାଂଶ ସମୟରେ ଏହି ପକ୍ଷୀମାନେ ନିଜ ଦଳ ସହିତ ଆ-କ୍ର-ମ-ଣ କରିଥାନ୍ତି। ଏହି ପକ୍ଷୀର ନାମ ଦୁନିଆର ସବୁଠୁ ଖତରନାକ ପକ୍ଷୀଙ୍କ ଭିତରେ ଆସିଥାଏ।
ପକ୍ଷୀଟିର ନାଁ ହେଉଛି ଫାଲ୍କନ। ଅତି ସହଜରେ ଏମାନେ ମଣିଷକୁ ଆଘାତ କରିପାରନ୍ତି। ଯଦି ଜଣେ ମଣିଷ ଏମାନଙ୍କ ଶିକାରକୁ ଆସିଯାଏ, ତେବେ ଏମାନେ କିଛି ଚିନ୍ତା କରିବା ବିନା ମଣିଷ ଉପରକୁ ହାମଲା କରନ୍ତି ଓ ଗୁରୁତର ଭାବରେ ଆଘାତ କରିଥାନ୍ତି। ସେହିଭଳି ବାଜର ଗଣନା ମଧ୍ୟ ଅନିଷ୍ଟକାରୀ ଭୟଙ୍କର ପକ୍ଷୀ ମଧ୍ୟରେ ଗଣନା ହୁଏ। ଏମାନେ ଅତି ଚାଲାକ ଓ ବୁଦ୍ଧିମାନ ଥାଆନ୍ତି। ଏହାକୁ ବାଦ ଦେଲେ ଏମାନଙ୍କ ଦୃଷ୍ଟିଶକ୍ତି ଅତି ପ୍ରଖର ହୋଇଥାଏ। ନିଜ ଶିକାର ଉପରେ ଏହି ପକ୍ଷୀ ଭୟଙ୍କର ଭାବରେ ଆ-କ୍ର-ମ-ଣ କରିଥାଏ। ଯଦି କିଏ ଏମାନଙ୍କ ଅଂଚଳରେ ଦଖଲ ଦେବା ପାଇଁ ଚେଷ୍ଟା କରେ, ତେବେ ଏମାନେ ସେମାନଙ୍କ ଉପରକୁ ଆ-କ୍ର-ମ-ଣ କରିବା ପାଇଁ ଟିକିଏ ବି ଅବହେଳା କରନ୍ତିନି।