ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ହେଇଥିବା ଲୁଟ ବିଷୟରେ ଜାଣିପାରିବେ । ଏହି ବିଷୟରେ ଅନେକ କିଛି ଖବର ଆପଣମାନେ ପାଇପାରିବେ । ସୁନ୍ଦରପଦା ଜଟଣୀ ରାସ୍ତା ଲବଣୀଗିରି ପାହାଡ ପାଖରେ ଜଣେ ଲୁଟେରା ମହିଳାଙ୍କ ବେକରୁ ୧୩ ତାରିଖ ଦିନ ସୁନା ଚେନ ଲୁଟି ନେଇଥିବା ଘଟଣା ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଏବେ ଏହି ଘଟଣାରେ ଲୁଟେରା ଧରା ପଡ଼ିଛି ।
ଏହି ଲୁଟେରା ଜଣକ ହେଉଛି ଝାଡ଼ଖଣ୍ଡର । ଏହି ଲୁଟେରା ଜଣକ ହେଉଛନ୍ତି ଆର୍ଯ୍ୟ ନାଇଡୁ । ଏହି ବ୍ୟକ୍ତି ଜଣକ ଝାଡ଼ଖଣ୍ଡରୁ ବାଇକରେ ଆସିଥିଲେ ଆଉ ସେ ଲିଫ୍ଟ କାମ କରୁଥିଲେ । ଏହି ଲୁଟେରା ବାଇକରେ ଆସି ଲୁଟ କରିଥିଲେ ଆଉ ଏହି ଲୁଟ ଦିନ ଦ୍ୱିପ୍ରହର ସମୟରେ ହୋଇଥିଲା । ଏହା କମିସନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ଜଣାପଡିଛି । ଏହି ଚୋରି କରିଥିବା ଲୁଟେରା ଜଣକ ଯେଉଁ ବାଇକ୍ ଚଲାଉଥିଲେ ସେ ବାଇକ୍ ଡ୍ରାଇଭର ଏବେ ଧରା ପଡିନାହିଁ । ଏହି ଡ୍ରାଇଭର ଜଣକ ଫେରାର ଅଛି ।
ଏବେ ଏହି ଲୁଟେରା ଜଣକ ଧରା ପଡିଛନ୍ତି । ଏହି ଲୁଟେରା ଜଣଙ୍କୁ ଝାଡ଼ଖଣ୍ଡରୁ ପୋଲିସ ଗିରଫ କରିଛି । ଏହି ଲୁଟେରା ଜଣଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା । ଆଉ ପୋଲିସ ପ୍ରାୟ ୪୦୦ ସିସିଟିଭି କ୍ୟାମେରା ଫୁଟେଜ ଦେଖିଥିଲା । ଅନେକ କିଛି କରିବାକୁ ପଡ଼ିଥିଲା ପୋଲିସକୁ । ଆଉ ଶେଷରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ଲୁଟେରା ଜଣଙ୍କର ଲିଡ ସୁନ୍ଦରପଦାରେ ଏକ ଆପାର୍ଟମେଣ୍ଟ ରହିଥିଲା ସେହି ସ୍ଥାନରୁ ଏହାର ସୁରାଗ ମିଳିଥିଲା । ଏହି ଲୁଟେରା ଜଣଙ୍କ ଲୁଟ କରି ଫେରାର ହୋଇ ଯାଇଥିଲେ ।
ଏହି ଲୁଟେରା ଜଣକ ଚେନ ଲୁଟ କରି ପିପିଲି ଆଉ ତାପରେ ଡେଲାଙ୍ଗ ଏବଂ ଝାଡ଼ଖଣ୍ଡ ପଳାଇ ଯାଇଥିଲା । ଏହି ଲୁଟେରା ଚେନ ଲୁଟ କରିବା ପରେ ମହିଳା ଜଣକ ପଡି ଯାଇଥିଲେ । ଆଉ ଶେଷରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଆଉ ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଏବେ ଏହି ଲୁଟେରା ଜଣକ ସିନ ରିକ୍ରିଏସନ କରୁଛି । ଏବେ ଏହି ଲୁଟେରା ଜଣଙ୍କୁ ପୋଲିସ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଲୁଟ ସମୟରେ ବାଘ ମୁଖା ପିନ୍ଧି ଲୁଟ କରୁଥିଲେ ଲୁଟେରା ।