ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ସାମ୍ବାଦିକା ମଧୁମିତାଙ୍କ ବିଷୟରେ ଆସିଥିବା ଖବର ଜାଣିଥିବେ । ସାମ୍ବାଦିକା ମଧୁମିତା ତାଙ୍କ ସ୍ବାମୀଙ୍କ ବିଷୟରେ ଅନେକ କଥା ଜାଣିବା ପରେ ଏହି କାମ କରିଥିଲେ ।
ଏବେ ଏହି ଘଟଣାକୁ ନେଇ ସମାଜସେବୀ କିଛି କଥା କହିଛନ୍ତି । ସମାଜସେବୀ ମହିଳା ଜଣକ କହିଛନ୍ତି, ଲୋକ ଲଜ୍ୟାକୁ ଡରି ମଧୁ ନିଜ ଜୀବନ ହାରି ଦେଇଛନ୍ତି । ମଧୁ ଚାହିଁଥିଲେ ସେ ତାଙ୍କ ସ୍ୱାମୀଙ୍କୁ ବଦଳେଇ ଦେଇଥାନ୍ତେ । କିନ୍ତୁ ସେ ଏହା କରିପାରିଲେ ନାହିଁ । ଆଉ ଶେଷରେ ସେ ଏଭଳି କାମ କରିଥିଲେ । ପେଟ ଭିତରେ ଅନେକ ଲୋକ ଅଛନ୍ତି କିଛି ଲୋକ କେତେ କଥା ରଖିଥାନ୍ତି କାହାକୁ କହି ନଥାନ୍ତି କିନ୍ତୁ କିଛି ଲୋକ କଥା କହି ଦିଅନ୍ତି । ଏବେ ମଧୁ ସେୟା ହିଁ କରିଛନ୍ତି ସେ କଥା ଲୁଚାଇ ସହି ପାରିଲେ ନାହିଁ ।
ଏହି ସାମ୍ବାଦିକା ମଧୁମିତାଙ୍କ ଘଟଣାରେ ଯଦି ପରକୀୟା ପ୍ରୀତି ପାଇଁ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଏ ତାହେଲେ ସେ ସହଜରେ ଥାନାରୁ ବାହାରି ଆସିବେ । ଆଜିକାଲି କୋର୍ଟ ନିର୍ଦ୍ଦେଶ ଅନୁସାରେ ଗୋଟିଏ ପୁଅ ଅନେକ ଜଣଙ୍କୁ ରଖିପାରିବ । ମଧୁ ୫ ବର୍ଷ ହେଲା ସାମ୍ବାଦିକା କାର୍ଯ୍ୟ କରିଥିଲେ । ଆଉ ସେ ଏତେ ବର୍ଷ ଭଲପାଇବା ଭିତରେ ଏହି କଥା ଜାଣିପାରିଲା ନାହିଁ । ମଧୁ ଚାହିଁଥିଲେ ତାଙ୍କ ସ୍ୱାମୀଙ୍କୁ ବୁଝାଇ ପାରିଥାନ୍ତେ । ଆଉ ସେ ଏଭଳି କିଛି କରିବେ ବୋଲି କେହି ଜାଣି ନଥିଲେ ।
ମଧୁଙ୍କୁ କେବେ ତାଙ୍କ ସ୍ବାମୀ କହି ନଥିଲେ ତୁ ମରିଯା ବୋଲି । ମଧୁଙ୍କ ମାଆ ତାଙ୍କୁ ନେଇ ଆସିବା କଥା ଆଉ ତାଙ୍କୁ ଘରେ ରଖିବା କଥା । ଆଜିକାଲି ଦୁନିଆରେ ଅନେକ ଝିଅ ଅଛନ୍ତି ଯେଉଁମାନେ ଏଭଳି ଘଟଣାରେ ହାର ମାନନ୍ତି ନାହିଁ । ଯିଏ ଦିନେ ଖବର ଏଡିଟ କରୁଥିଲା ସେ ଆଜି ଖବର ହୋଇଗଲା । ମଧୁ ଜମା ବି ଷ୍ଟ୍ରଙ୍ଗ ନଥିଲେ । ଆଉ ବାବୁଶାନଙ୍କୁ ନିଜ ପାଖକୁ ପୁଣି ଫେରାଇବା ପାଇଁ ତାଙ୍କ ସ୍ତ୍ରୀ ତୃପ୍ତି ଯାହା କରିଥିଲେ ମଧୁ ତାହା କରିଥିଲେ । ମଧୁ ତାଙ୍କ ସ୍ବାମୀଙ୍କ ଭଲପାଇବା କମିବା ଆଉ ସ୍ନେହ କମିବା ସହି ପାରିଲେ ନାହିଁ ।ଆଉ ଶେଷରେ ସେ ଏଭଳି କାମ କରିଲେ । ମଧୁ ତାଙ୍କ ଜୀବନ ଏଭଳି ହାରି ଦେଇଥିଲେ । ଏଭଳି ଅନେକ କଥା ଏହି ସମାଜସେବୀ ଜଣକ କହିଛନ୍ତି ।