ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ସୋସିଆଲ ମିଡିଆରେ ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ରାସନକାର୍ଡଧାରୀଙ୍କ ପାଇଁ ସବୁଠାରୁ ବଡ଼ ଖବର। ଓଡ଼ିଶାରେ ଆଗାମୀ ସମୟରେ ଆୟୁଷ୍ମାନ ଭାରତ କାର୍ଡ ଲାଗୁ ହେବାକୁ ଯାଉଛି। କିନ୍ତୁ ରାସନ କାର୍ଡ ଥିଲେ ବି କାମ କରୁନି ଆୟୁଷ୍ମାନ କାର୍ଡ ଯାହା ପଛରେ ରହିଛି ଏକ ବଡ କାରଣ। ବର୍ତ୍ତମାନ ଯାଏଁ ଅନେକ ଲୋକଙ୍କ ରାସନ କାର୍ଡ ଅନଲାଇନ ହେଇପାରିନାହିଁ। ଏଥିପାଇଁ ମିଳିପାରିବନାହିଁ ଆୟୁଷ୍ମାନ ଯୋଜନାର ଲାଭ।
ଅଲ୍ମୋଡାସ୍ଥିତ ଜିଲ୍ଲା ହସ୍ପିଟାଲରେ ପ୍ରତିଦିନ ଲୋକେ ଆୟୁଷ୍ମାନ କାର୍ଡ କରିବାକୁ ଯାଉଛନ୍ତି ହେଲେ ରାସନ କାର୍ଡ ଅନଲାଇନ ନହେବା କାରଣରୁ ସେମାନଙ୍କୁ ଫେରି ଯିବାକୁ ପଡୁଛି। ସରକାରୀ ଡାକ୍ତରଖାନାରେ ଉପଚାର ପାଇଁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରୁଛନ୍ତି ସରକାର। ଏଥିପାଇଁ ଲାଭାର୍ଥିଙ୍କୁ ଆୟୁଷ୍ମାନ କାର୍ଡ ବନେଇବା ନିହାତି ଜରୁରୀ ଆଉ ଏଥିପାଇଁ ଲାଭାର୍ଥିଙ୍କ ରାସନ କାର୍ଡ ଅନଲାଇନ ହେବା ଜରୁରୀ।
ଏନେଇ ଲୋକଙ୍କ ପାଖରେ କିଛି ସୂଚନା ନଥିବାରୁ ଅନେକ ଲୋକ ରାସନ କାର୍ଡ ଅନଲାଇନ ନକରି ଆୟୁଷ୍ମାନ କାର୍ଡ କରିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା ଏହି ଯୋଜନା ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ରାସନ କାର୍ଡ ଅନଲାଇନ ହେବା ନିହାତି ଜରୁରୀ ଅଟେ। ଏଥିପାଇଁ ଖାଦ୍ୟ ନିରୀକ୍ଷକ ଏବଂ ଗ୍ରାମ ବିକାଶ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା କୁହାଯାଇଛି।