ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଓଡ଼ିଶାରେ ଏବେ ପାଣିପାଗ ମେଘୁଆ ରହିଛି । କିଛିଦିନ ପୂର୍ବରୁ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ହୋଇଥିଲା । ଆଉ ଏବେ ମଧ୍ଯ ଆକାଶରେ ମେଘ ରହିଛି । ପାଗ କୋହଲା ରହିଛି । ଏହାସହ ଆଉ କିଛି ନୂଆ ଅପଡେଟ ରହିଛି ଯାହା ଆପଣମାନେ ଜାଣିପାରିବେ । ଏବେ ଓଡ଼ିଶାବାସୀ ସାବଧାନ ହୋଇ ଯାଆନ୍ତୁ ।
କାଲି ଠାରୁ ପୁଣି ବର୍ଷା ହେବ ବୋଲି ସୂଚନା ମିଳିଛି । ଏ ବର୍ଷର ବଡ ଦିନ ଭୀଷଣ ବର୍ଷାରେ ଯୁଡୁବୁଡୁ ହେବ । କେବଳ ବର୍ଷା ହେବ ତାହା ନୁହେଁ ଏହାସହ ଘନ କୁହୁଡି ମଧ୍ୟ ହେବ ବୋଲି ସୂଚନା ମିଳିଛି । ଏବେ ନିକଟରେ ବର୍ଷା ହୋଇଥିଲା ଆଉ ଏହା ବନ୍ଦ ହେବା ଗୋଟିଏ ବି ଦିନ ହୋଇନାହିଁ ପୁଣି ମାଡ଼ି ଆସିଲାଣି ଆଉ ଏକ ବର୍ଷା । ଏଥର ଧାନ ଅମଳକୁ ଉଜାଡି ପାରେ ଏହି ଲଘୁଚାପ ଜନିତ ବର୍ଷା । ଲଗାତାର ଦୁଇଦିନ ବର୍ଷା ହେବା ଯୋଗୁଁ ଲୋକମାନେ ହଇରାଣ ହୋଇଥିଲେ । ଆଉ ଏବେ ପାଗରେ ଟିକେ ପରିବର୍ତ୍ତନ ଆସିଥିଲା ବେଳକୁ ପୁଣି ଆସୁଛି ବର୍ଷା ।
ଏବେ ସୂର୍ଯ୍ୟ ଦେବତା ଠିକସେ ଦେଖା ଯାଉନଥିବା ବେଳେ ଦେଖାଯାଉଛି କୋହଲା ପାଗ । ଦୁଇଦିନ ବର୍ଷା ହୋଇଥିଲା ଆଉ ଏବେ ବର୍ଷାରେ ବ୍ରେକ ଲାଗିଥିଲା । ପୁଣି ଆସନ୍ତା କାଲି ଠାରୁ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । କେବଳ ବର୍ଷା ନୁହେଁ ବରଂ ଘନ କୁହୁଡି ମଧ୍ୟ ଲୋକମାନଙ୍କୁ କଲବଲ କରିବ । ରାସ୍ତାଘାଟ କିଛି ଦେଖାଯିବ ନାହିଁ । ଆଉ ଦିନ ଥାଉ ଥାଉ ରାତି ହୋଇଯିବ ବୋଲି ସୂଚନା ମିଳିଛି । ରବିବାର ଦିନ ଠାରୁ ରାଜ୍ୟରେ ଶୁଖିଲା ପାଗ ରହିଥିଲା ।
ଆଉ ଡିସେମ୍ବର ୨୫ ଏବଂ ୨୬ ତାରିଖରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ପଶ୍ଚିମାଝଡ ପ୍ରଭାବରେ ବର୍ଷା ହେଉଥିବାର ସମ୍ଭାବନା ରହିଥିବା ବେଳେ ୬ଟି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏହାସହ ୯ ଜିଲ୍ଲା ଯଥା ଯାଜପୁର, ଭଦ୍ରକ, ବାଲେଶ୍ଵର, କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଇତ୍ୟାଦି । ଏହାସହ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।