May 26, 2024, 16:33 IST

ଏହି ସମୟରେ ମାଡ଼ି ଆସିବ ଭୟଙ୍କର ବାତ୍ୟା ଦେଖନ୍ତୁ ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହା ପ୍ରାୟ ୧୨ କିଲୋମିଟର ବେଗ ସହିତ ଉତ୍ତର ଦିଗକୁ ଗତି କରିବା ଏବଂ ତୀବ୍ର ହେବା ସମ୍ଭାବନା ରହିଛି।
Bb
ଏହି ବାତ୍ୟା ‘ରେମାଲ’ ନାମରେ ଜଣାଯିବ। ୨୬ ମେ ସକାଳେ ଭୀଷଣ ବାତ୍ୟାର ପରିଣତ ହୋଇ ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏବଂ ବାଂଲାଦେଶ ପାର କରିବ। ଏହାପରେ ପଶ୍ଚିମବଙ୍ଗ ଉପକୂଳରେ ସାଗର ଦ୍ୱୀପ। 
ଏବଂ ଖେପୁପାରା ମଧ୍ୟରେ ୨୬ ମେ ମଧ୍ୟରାତ୍ରିରେ ଏକ ଭୀଷଣ ବାତ୍ୟା ରୂପେ ୧୧୦-୧୨୦ ପବନର ବେଗ ସହିତ ୧୩୫ କିଲୋମିଟର ଧୂଳିଝଡ ସହିତ ଉପକୂଳକୁ ଛୁଇଁବ। ବାତ୍ୟା ରେମାଲ ପ୍ରଭାବ ଓଡ଼ିଶା ଉପରେ ରହି ନ ଥିଲେ ମଧ୍ୟ ରବିବିନ୍ର ଏବଂ ସୋମବାର ରାଜ୍ୟର କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Bb
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରବିବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୋଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଏବଂ ନୁଆପଡା ଜିଲାର ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି ସୋମବାର ସକାଳ ସୁଦ୍ଧା ଉତ୍ତର ନଦୀକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ, ଦକ୍ଷିଣ ନଦୀକୂଳ ଜିଲ୍ଲା ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। 
ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଏବଂ ଜଗତ୍ସିଂହପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୩୧ ତାରିଖ ସୁଦ୍ଧା ଭାରତରେ ମୌସୂମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisement