Jun 28, 2024, 17:34 IST

ପାଠ ପଢିବା ବୟସରେ ରେଷ୍ଟୁରାଣ୍ଟରେ ବାସନ ମାଜୁଥିଲେ ମହିଳା ଆଉ ତା ପରେ ଦେଖନ୍ତୁ ହଠାତ୍ ହେଲା ଏମିତି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଆଜିକାଲି ଯୁଗରେ ନାବାଳିକା ହୋଇ ମଧ୍ଯ ବାହାରେ କାମ କରୁଥିବାର ଅନେକ ସ୍ଥାନରେ ଦେଖିଥିବେ । ଅନେକ ନାବାଳିକା ତାଙ୍କ ପରିସ୍ଥିତି ପାଇଁ ପାଠପଢା ଛାଡ଼ି କାମ କରିଥାନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ନାବାଳିକା ଜଣକ ପାଠପଢା ଛାଡି ରେଷ୍ଟୁରାଣ୍ଟରେ କାମ କରୁଥିବାରୁ ନଜର ଆସିଛନ୍ତି ।
Yy
ପାଠପଢିବା ଏବଂ ଖେଳ କୁଦା କରିବା ବୟସରେ ରେଷ୍ଟୁରାଣ୍ଟରେ କାମ କରୁଥିଲା ନାବାଳିକା । ଯେତେବେଳେ ଏହି ଖବର ଚାଇଲ୍ଡ ଲାଇନର ସଦସ୍ୟମାନେ ପାଇଥିଲେ ସେତେବେଳେ ସେମାନେ ସଂପୃକ୍ତ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଆଉ ସେଠାରେ ସେମାନେ ପହଞ୍ଚିବା ପରେ ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କ ଝିଅ ଚାଇଲ୍ଡ ଲାଇନର ସଦସ୍ୟଙ୍କ ସହିତ କରିଥିଲେ ଏଭଳି ବ୍ୟବହାର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ଚାଇଲ୍ଡ ଲାଇନର ସଦସ୍ୟ ପହଞ୍ଚିବା ପରେ ଆରମ୍ଭ ହୋଇ ଯାଇଥିଲା ଯୁକ୍ତି ତର୍କ । 
Gg
ରେଷ୍ଟୁରାଣ୍ଟର ମାଲିକ ତାଙ୍କ ଉପରେ ଆକ୍ରମଣ କରିଥିବାର ଖବର ମଧ୍ୟ ଆସିଛି । ଏହି ନାବାଳିକା ଜଣଙ୍କୁ ତାଙ୍କ ରେଷ୍ଟୁରାଣ୍ଟରେ ଶିଶୁ ଶ୍ରମିକ ଭାବରେ କାମ କରାଉଥିଲେ । ଆଉ ଏନେଇ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି । ଯାଜପୁର ଜିଲ୍ଲା ଲଳିତେଶ୍ୱର ଠାରେ ଥିବା ଗୁଗଲି ରେଷ୍ଟୁରାଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ରେଷ୍ଟୁରାଣ୍ଟରେ ନାବାଳିକା ଶିଶୁ ଶ୍ରମିକ ଭାବରେ କାମ କରୁଥିବାର ଅଭିଯୋଗ ଆସିବା ପରେ ସେଠାରେ ଚାଇଲ୍ଡ ଲାଇନର ତିନିଜଣ ସଦସ୍ୟ ପହଞ୍ଚିଥିଲେ । ଆଉ ସେମାନେ ତାଙ୍କ ପରିଚୟ ମଧ୍ୟ ଦେଇଥିଲେ ।
ପରିଚୟ ଦେବା ପରେ ମଧ୍ୟ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ରେଷ୍ଟୁରାଣ୍ଟର ମାଲିକ ଆଉ ତାଙ୍କ ପରିବାର । ସେମାନେ ତାଙ୍କର ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିଲେ । ଏହି ନାବାଳିକା ଜଣଙ୍କର ବୟସ ୧୦ ରୁ ୧୨ ବର୍ଷ ହେବ । ପିଲାଟିକୁ ଯେତେବେଳେ ଚାଇଲ୍ଡ ଲାଇନର ସଦସ୍ୟ ଉଦ୍ଧାର କରିବାକୁ ଯାଇଥିଲେ ସେତେବେଳେ ସେହି ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ଛଡ଼ାଇ ନେଇଥିଲେ । ଏବେ ଏହି ଘଟଣାକୁ ନେଇ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି ଚାଇଲ୍ଡ ଲାଇନର ସଦସ୍ୟ । ଆଉ ଏପଟେ ଏହି ଘଟଣା ଭିତ୍ତି ହୀନ ବୋଲି କହିଛନ୍ତି ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

Advertisement