Oct 23, 2024, 12:43 IST

ଆସୁଛି ମହା ବାତ୍ୟା !!ମାଇକ ରେ ସରକାର କଲେ ପ୍ରଚାର..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗାଁ ଅବପାତ ରେ ପରିଣତ ହୋଇ ସାରିଲାଣି ବାତ୍ୟା ଦାନା। ଯାହାର ପ୍ରଭାବ ମଧ୍ୟ ଏବେ ଦେଖିବାକୁ ମିଳିଲାଣି। ଆଉ ବାତ୍ୟା ପାଇଁ ସଚେତନତା ଆରମ୍ଭ କରି ସାରିଲେଣି ପ୍ରଶାସନ। ବାତ୍ୟା ଦାନା ପ୍ରଭାବ ପାଇଁ ଚିଲିକା ରେ ଏବେ ଲୋକ ମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ବାତ୍ୟାକୁ ନେଇ ମଧ୍ୟ ପ୍ରଶାସନ ଏବେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ଚିଲିକା ରେ ଏବେ ମାଛ ମାରିବା ପାଇଁ ମନା କରିଛି ପ୍ରଶାସନ।
Fg
୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକା ମଧ୍ୟକୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି ପ୍ରଶାସନ। ବାତ୍ୟା ଦାନା ର ପ୍ରଭାବ ମଧ୍ୟ ଅଧିକ ରହିବ ବୋଲି କୁହା ଯାଉଛି। ସେଥିପାଇଁ ଚିଲିକା ମଧ୍ୟକୁ କୌଣସି ମତ୍ସ୍ୟଜୀବୀ ନଯିବା ପାଇଁ ଚିଲିକା ଉପକୂଳ, ବାଲୁଗାଁ, ନୈରି , କାଳୁପଡ଼ା ଘାଟ , ଜରିପଡ଼ା , ବାଲିପାଟ ପୂର , ବଡ଼କୂଳ ଆଦି ଅଞ୍ଚଳର ଜନ ସାଧାରଣ ମାନଙ୍କୁ ବୁଲି ବୁଲି ସତର୍କ କରାଉଛନ୍ତି,
Gg
ମତ୍ସ୍ୟ ସମ୍ପଦ ର ଅଧିକାରୀ ମାନେ। ପ୍ରବଳ ବର୍ଷା ପବନ ଲାଗି ରହିବାର ଆଶଙ୍କା କରି ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚିଲିକା ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ପ୍ରଶାସନ କୁ ସହଯୋଗ କରି ନିଜେ ସୁରକ୍ଷିତ ରହିବା ପାଇଁ ଶପଥ ନେଇଛନ୍ତି ମତ୍ସ୍ୟ ସମ୍ପଦ ବିଭାଗ। ଯେଉଁଥି ପାଇଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା କଡି ଭାବରେ ବାରଣ କରାଯାଇଛି। ଯେଉଁ ମାନେ ଯାଇଛନ୍ତି ସେମାନେ ତୁରନ୍ତ କୂଳ କୁ ଫେରି ଆସିବା ପାଇଁ,
ନିବେଦନ କରାଯାଇଛି। ଏବେ ବାତ୍ୟା ଦାନା କୁ ନେଇ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ଯାହାକୁ ନେଇ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି । ସରକାର୍ ମଧ୍ୟ ଏହା ନଜର ରଖିଛନ୍ତି କି କାହାର ଯେମିତି କୌଣସି ପ୍ରକାରର କ୍ଷତି ନହେଉ ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି? ଏହି ବାତ୍ୟା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement