ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରିବେ । ଆପଣମାନେ ପାଣିପାଗକୁ ନେଇ ଅନେକ ଖବର ଆସୁଥିବାର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ସମ୍ବନ୍ଧୀୟ ବିଷୟ କିଛି ଜାଣିପାରିବେ । ସମୁଦ୍ରରେ ଡବଲ ଘୂର୍ଣ୍ଣିବଳୟ । ଏବେ ଲଘୁଚାପ ବଳ ଗୋଟାଉଛି । ୭ ଜିଲ୍ଲାକୁ ତିନି ଘଣ୍ଟା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । କେହି ଘରୁ ବାହାରକୁ ବାହାରନ୍ତୁ ନାହିଁ ।
ପବନ ସହ ଘଡଘଡି ହେବ ଆଉ ଏହି ବିଜୁଳି ଘଡଘଡି ସାଙ୍ଗକୁ ଭୟଙ୍କର ପବନରେ ସବୁକିଛି ଉଡେଇ ନେବ । ଏହି ତିନି ଘଣ୍ଟା ୭ ଜିଲ୍ଲା ପାଇଁ ରହିଛି ବଡ ବିପଦ । ଆଉ ଏହି ଲଘୁଚାପ ଏବେ ବଳ ବାନ୍ଧୁଛି । ଆସନ୍ତା ୩ ଘଣ୍ଟାରେ ଭୟଙ୍କର ରୂପ ନେବାକୁ ଯାଉଛି ଏହି ଘୂର୍ଣ୍ଣିବଳୟ । ସେଥିପାଇଁ କାହାକୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଏହି ସବୁ ସୂଚନା ଦେଇଛି । ଘରୁ ବାହାରିବାକୁ ମନା କରିଛି ପାଣିପାଗ କେନ୍ଦ୍ର ।
ଅଶାନ୍ତ ହେଉଛି ସମୁଦ୍ର । ପବନର ବେଗ ବହୁତ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି । ତୁହା କୁ ତୁହା ଆକାଶରେ ବିଜୁଳି ଚମକୁଛି । ଆଉ ଘଡଘଡିର ଶବ୍ଦରେ ପୁରା ଅଞ୍ଚଳ ଥରି ଉଠୁଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗପସାଗର ଏବଂ ମିଆଁମାରର ଦକ୍ଷିଣ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହା ପ୍ରଭାବରେ ରାଜ୍ୟରେ ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ।
ଏବେ ଏହାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ଵର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ୭୦ ରୁ ୧୦୦ ମିଲିମିଟର ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୫ ତାରିଖ ଏବଂ ୨୬ ତାରିଖରେ ମଧ୍ଯ ବର୍ଷା ହେବ ବୋଲି ସୂଚନା ମିଳିଛି ।