ଆପଣମାନେ ସମସ୍ତେ ବିଭିନ୍ନ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ପାଣିପାଗ ସମ୍ବନ୍ଧୀୟ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଣ୍ଟି ସାଇକ୍ଲୋନିକ ସର୍କୁଲେଶନ । ଆଉ ଏହା ପ୍ରଭାବରେ ଅନେକ ଜିଲ୍ଲାର ଚିହ୍ନବର୍ଣ୍ଣ ହଜିଯିବ ବୋଲି ସୂଚନା ମିଳିଛି । ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବହିବ । ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆଉ ମାତ୍ର କିଛି ଘଣ୍ଟା ଭିତରେ ପାଗରେ ବଡ ପରିବର୍ତ୍ତନ ଦେଖାଯିବ ।

ଏବେ ସବୁଆଡେ ଖରା ହେଉଛି ଆଉ କିଛି ଘଣ୍ଟା ପରେ ଖରା ଲୁଚି ଯିବ । ଖରା ଲୁଚି ଯିବ ଆଉ ଘୋଟି ଆସିବ କଳାହାଣ୍ଡିଆ ମେଘ ଆଉ ଶୁ ଶୁ ଗର୍ଜନ କରି ଝଡ ତୋଫାନ ମାଡ଼ି ଆସିବ । ବର୍ତ୍ତମାନ ସମୟରେ ପାଣିପାଗ ବିଭାଗ କୋଲକାତା ସମେତ ଅନେକ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି । ୨୨ ମାର୍ଚ୍ଚ ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଓଡ଼ିଶାର ଅନେକ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଜୁଳି ଘଡଘଡି ସହ ପବନ ୬୦ ରୁ ଅଧିକ ବେଗରେ ବହିବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ୍ ପ୍ରଭାବରେ ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଖବର ଆସିଛି । ଆଇଏମଡିର ସୂଚନା ଅନୁସାରେ ଏକ ଟ୍ରଫ ଲାଇନ ଓଡିଶାରୁ ବାହାରିଛି । ଏହା ପ୍ରଭାବରେ ସିକ୍କିମ ଆଉ ପଶ୍ଚିମବଙ୍ଗରେ ୨୧ ଏବଂ ୨୨ ତାରିଖ ମାର୍ଚ୍ଚ ମାସରେ ବର୍ଷା ହେବ ବୋଲି ସୂଚନା ମିଳିଛି । ପୂର୍ବ ଭାରତରେ ତାପମାତ୍ରାର କୌଣସି ପରିବର୍ତ୍ତନ ହେବ ନାହିଁ ।
ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ସୂଚନା ମିଳିଛି । ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଘଡ଼ଘଡ଼ି ହୋଇପାରେ । ଆଉ କିଛି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଆଉ ବାଲେଶ୍ଵର । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।