ପୁଣି ଏବେ ଆସିଲା ବାତ୍ୟାର ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା। ଏବେ ଆଗକୁ ବଢୁଛି ଗଭୀର ଅବାପାତ। ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବାରେ ଲାଗିଛି। ଡିପଡିପ୍ରେସନ ଏବେ ଶ୍ରୀଲଙ୍କା ତ୍ରିକୋମାଲି ରୁ ୩୧୦ କିମି ଦୂର ଦକ୍ଷିଣ ପୁର୍ବ ତାମିଲନାଡୁର ନଗାପଟିମ ରୁ ୫୯୦ କିମି ଓ ଚେନ୍ନାଇ ରୁ ୮୦୦ କିମି ଦୂରରୁ ଦକ୍ଷିଣରୁ ଦକ୍ଷିଣ ପୁର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।
ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ଗତି କରିବ।୧୨ ଘଣ୍ଟାରେ ହେବ ଗଭୀର ଅବପାତ। ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କୁହା ଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ବାତ୍ୟାର ରୂପ ନେବାକୁ ଯାଉଛି। ତାମିଲନାଡୁ ମୁହାଁ ହେବା ସହ ଏହା ଶ୍ରୀଲଙ୍କା ଉପକୂଳ କୁ ହିଟ କରିବା ସମ୍ଭାବନା ରହିଛି। ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି ଜଣା ପଡିଛି।
ଏହି ପ୍ରଭାବରେ ୨୮ ତାରିଖରୁ ରାଜ୍ୟରେ ବର୍ଷା ହେବାର ମଧ୍ଯ ସମ୍ଭାବନା ରହିଛି।୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ମଧ୍ୟ ହୋଇ ପାରେ। ଏହି ସୂଚନା ମିଳି ସାରିବା ପରେ ଏହାକୁ ନେଇ ଏବେ ସାରା ଓଡ଼ିଶାରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ଯ ଏହାକୁ ନେଇ ଖୁବ୍ ଆଲୋଚନା କରିବାରେ ଲାଗିଛନ୍ତି। କାରଣ ଆପଣ ମାନେ ଜାଣିଥିବେ କି ବାତ୍ୟା ନା ଶୁଣିବା ମାତ୍ରେ ହିଁ,
ଓଡିଶାବାସୀଙ୍କ ମନରେ ଛନକା ପଶି ଥାଏ। ହେଲେ ଏବେ ଏହି ବାତ୍ୟା ଓଡ଼ିଶାରେ ଆଉ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏବେ ଏହା ସୁଚନା ମିଳିଛି। ଏହାକୁ ଶୁଣିବା ପରେ ଲୋକ ମାନଙ୍କୁ ଟିକେ ଆଶ୍ୱସ୍ଥି ମିଳିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।