Oct 6, 2024, 17:29 IST

ଆସୁଛି ବଡ଼ ଭୟାନକ ବାତ୍ୟା... ଘଡଘଡି ବର୍ଷା ରେ ଭାସିବ ଓଡ଼ିଶା.

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ପୁଣି ଲଘୁଚାପ ହେବ ବୋଲି ସୂଚନା ମିଳିଛି । ତେବେ ବନ୍ଧୁଗଣ ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି। 
Gg
ତେବେ ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଜିଲା ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗକେନ୍ଦ୍ର ସୂଚନା ଦେଇଛି। ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 
4t
ଢେଙ୍କାନାଳ, କଟକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଓ କେନ୍ଦୁଝରରେ ହାଲୁକରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ଶନିବାର କିଛି ଜିଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ୩୬.୪ ଡିଗ୍ରୀ ଥିବା ବେଳେ ପାରଳାଖେମୁଣ୍ଡିରେ ୩୬.୨ ଡିଗ୍ରୀ ଥିଲା। ଭୁବନେଶ୍ୱର ୩୫.୫ ଡିଗ୍ରୀ, ସମ୍ବଲପୁର ୩୫.୯, ବଲାଙ୍ଗୀର ୩୫.୪। 
ଏବଂ ବୌଦ୍ଧ ୩୫.୮, କେନ୍ଦ୍ରାପଡ଼ା ୩୫, ସୁନ୍ଦରଗଡ଼ ୩୫.୩, ମାଲକାନଗିରି ୩୫.୧ ଡିଗ୍ରୀ ରହିଥିଲ। ସକାଳେ ଆର୍ଦ୍ରତା ୮୦ରୁ ୯୦% ଥିବାବେଳେ ସନ୍ଧ୍ୟାରେ ୭୦ରୁ ୯୦% ରହିଥିଲା। ଭୁବନେଶ୍ୱର ତାପମାତ୍ରା ସ୍ବାଭାବିକଠାରୁ ୩.୨ ଡିଗ୍ରୀ ଓ ସମ୍ବଲପୁରରେ ୨.୬ ଡିଗ୍ରୀ ଅଧିକ ରହିଛି। ରାତିରେ ବି ବାତାବରଣ ବିଶେଷ ଥଣ୍ଡା ପଡ଼ିନି । ପାରଦ ୨୫-୨୭ ଡିଗ୍ରୀ ପାଖାପାଖି ରହୁଛି। ପୁରୀରେ ରାତି ତାପମାତ୍ରା ଶନିବାର୨୯ ଡିଗ୍ରୀ ରହିଥିଲା।

Advertisement