Oct 5, 2024, 18:18 IST

ଆସ୍ତେ ଆସ୍ତେ ବଳ ଗୋଟାଉଛି ଲଘୁଚାପ...ଆଜି ରାତି ୧୨ ଟା ଭିତରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା..

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ପାର୍ବଣ ଋତୁରେ ଦେଖିବାକୁ ମିଳିଛି ବଡ ଲଘୁଚାପ। ମାଡି ଆସୁଛି ବିପଦ। ସମୁଦ୍ରରେ ବଳ ଗୋଟାଇ ଭୟଙ୍କର ହେଉଛି ଲଘୁଚାପ। ପାଣିପାଗ ବିଭାଗ ଦେଲା ବଡ ଚେତାବନୀ। ୩ ଘଣ୍ଟା ପାଇଁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ବଳ ଗୋଟାଇ ଧିରେ ଧିରେ ଭୟଙ୍କର ହେଉଛି ଲଘୁଚାପ। 
Bb
ଘନଘନ ବିଜୁଳି ଘଡଘଡିରେ ତାଣ୍ଡବ ରହିବ ଏହି ୪ ଜିଲ୍ଲା। ଯାହାପ୍ରଭାବରେ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସାଙ୍ଗକୁ ଜୋରରେ ପବନ ମଧ୍ୟ ବହିବ। ଯାହାକୁ ନେଇ ଆଗୁଆ ସତର୍କ କଲାଣି ପାଣିପାଗ ବିଭାଗ। ସକାଳୁ ସକାଳୁ ପାଗ ପୁରା ମେଘୁଆ ରହିଥିବା ବେଳେ ଆକାଶରେ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। ଆଉ କିଛି ସମୟ ପରେ ଖୁବ୍ ଜୋରରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବେଗରେ ପବନ ବହିବା ସହିତ ଆକାଶରେ ମାରିବ ତୁହାକୁତୁହା ବିଜୁଳି ଘଡଘଡି। 
Bhh
ପାର୍ବଣ ପୂର୍ବରୁ ଦେଖାଦେଇଛି ପାଗରେ ପରିବର୍ତ୍ତନ। ସୃଷ୍ଟି ହେଇଛି ଲଘୁଚାପ। ଉତ୍ତର ପୂର୍ବ ବଙ୍ଗୋପସାଗରର ଓ ତା'ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଯାହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏମିତିକି ବଜ୍ରପାତ ନେଇ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। 
ତେବେ ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ସେହିପରି ଆଜି ମାଲକାନାଗିରି, କୋରାପୁଟ, ରାୟଗଡ଼ା, କୋରାପୁଟ, ଭଦ୍ରକ, ଗଜପତି, ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୦ ତାରିଖ ପରେ ଆହୁରି ବଢିପାରେ ବର୍ଷାର ପରିମାଣ। ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଉ ଲଘୁଚାପ ପ୍ରଭାବରେ ବର୍ଷାର ଭିଜିବ ଏଥର ଦୁର୍ଗାପୂଜା।

Advertisement