Jun 9, 2024, 20:00 IST

ଅରୁଣ ପଟ୍ଟନାୟକଙ୍କୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଓଡ଼ିଶା ଆସି ନେଲେ ଏହି ବଡ଼ ଦାୟିତ୍ଵ

Gh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୨୫ ବର୍ଷର ସଫଳତା ପରେ ହଠାତ ବଡ ପରିବର୍ତ୍ତନ ହେଇଛି ଓଡ଼ିଶାରେ। କିନ୍ତୁ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଏବଂ ପାଣ୍ଡିଆନ ଏବେ ନବୀନ ନିବାସରେ ପହଞ୍ଚିଥିଲେ। ହଠାତ ନବୀନ ନିବାସରେ ପହଞ୍ଚିଥିଲେ ଅରୁଣ ପଟ୍ଟନାୟକ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଅରୁଣଙ୍କୁ ଦିଆଯିବ ବିଜେଡିର ବଡ ଦାୟିତ୍ଵ ଯାହାକି ଆଗକୁ ଯାଇ ବିଜେଡିର ଭବିଷ୍ୟତ ରେଖାକୁ ଆଗକୁ ନେବେ ଅରୁଣ। 
Hh
ବିଜେଡି ଦଳ ସରକାର ଚାଲିଗଲା ପରେ ପାଣ୍ଡିଆନଙ୍କୁ ସମାଲୋଚନର ଶିକାର ହେବାକୁ ପଡ଼ିଥିଲା। ଏବେ ପୁଣି ପାଣ୍ଡିଆନଙ୍କ ନୂଆ ରଣନୀତିକୁ ନେଇ ହେଉଛି ଚର୍ଚ୍ଚା। ପାଣ୍ଡିଆନ ହଠାତ୍ ଅରୁଣ ପଟ୍ଟନାୟକଙ୍କୁ ଧରି ପହଞ୍ଚିଛନ୍ତି ନବୀନ ନିବାସରେ। ତେବେ ଦଳର ଏହି ଯୁବ ଓ ଛାତ୍ର କର୍ମୀ ମାନେ ପରାଜୟ ପାଇଁ ପାଣ୍ଡିଆନକୁ ଦାୟୀ କରି ଶଙ୍ଖ ଭବନରେ ପୁରେଇ ନଦେବାକୁ ଚେତାବନୀ ଦେଇଥିଲେ। ଏପରିକି ପାଣ୍ଡିଆନଙ୍କ ପାଇଁ ଖବର ଦାତା ସମ୍ମିଳନୀ ନକରିବାକୁ ଦଳର ମୁଖପାତ୍ରଙ୍କୁ ସତର୍କ କରାଇଛନ୍ତି। 
Bb
ବନ୍ଧୁଗଣ କେବଳ ତଳସ୍ତରର କର୍ମୀ ନୁହଁନ୍ତି ଆଗାମୀ ଦିନରେ ଉପରସ୍ତରର ନେତା ମାନେ ବି ବିରୋଧ କରିବେ ବୋଲି ରାଜନୀତି ବିଷାଦ ମାନେ ମତ ଦେଲେଣି। ଶନିବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଏକ ଜାତୀୟ ଗଣମାଧ୍ୟମ ଆଗରେ ମତ ରଖିଥିଲେ। ଆଉ କହିଥିଲେ ଯେ, "ପରାଜୟ ପରେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ପାଣ୍ଡିଆନ ଜଣେ ଭଲ ଅଫିସର। ଆଉ ସିଏ ଭଲ କାମ ମଧ୍ୟ କରିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। 
ବନ୍ଧୁଗଣ ଅନ୍ୟପଟେ ଦଳ ଭିତରେ ହେଉଥିବା ଅସନ୍ତୋଷକୁ ଚାପିବା ପାଇଁ ପାଣ୍ଡିଆନ ନୂଆ ଦିଲ୍ଲୀରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଆଣି ନବୀନ ନିବାସରେ ପହଞ୍ଚାଇଛନ୍ତି। ଆଉ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦବେଇବା ପାଇଁ ଅରୁଣଙ୍କୁ ଉତ୍ତରାଧିକାରୀ ଭାବେ ଦର୍ଶାଇବାକୁ ନବୀନ ପଟ୍ଟନାୟକ ଉଦ୍ୟମ କରୁଥିବା କୁହାଯାଉଛି। ହେଲେ ପାଣ୍ଡିଆନଙ୍କ ଏହି ପଦେକ୍ଷପକୁ ଦଳର ଗୋଟିଏ ଗୋଷ୍ଠୀ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।

Advertisement