ଆଜିକାଲି ସମାଜରେ କେତେବେଳେ କାହା ସହ କଣ ଯେ ଘଟିବ ସେକଥା କିଏ ବା ଜାଣିଛି । ଘରେ ରାତି ହେଲେ ସମସ୍ତେ ଯେଭଳି ଘରେ ଥିବା ଦରକାର ଆଉ ଯିଏ କେହି ନଥିଲେ ପରିବାର ଲୋକଙ୍କ ଚିନ୍ତା ହୋଇଥାଏ । ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ଅନୁଯାୟୀ ଜଣେ ବ୍ୟକ୍ତି ଘରକୁ ଆସିନଥିଲେ । ଆଉ ତାଙ୍କ ପରିବାର ତାଙ୍କୁ ଅପେକ୍ଷା କରି ରହିଥିଲେ କିନ୍ତୁ ସେ ଫେରି ନଥିଲେ । ଏହାପରେ ଏହି ବ୍ୟକ୍ତିଙ୍କ ପୁଅ ତାଙ୍କୁ ଖୋଜିବାକୁ ଆସିଥିଲା ।

ଏହି ପୁଅ ଜଣକ ଖୋଜିବାକୁ ଆସିଥିବା ବେଳେ ଏଭଳି କିଛି ଦେଖିଥିଲା ଯାହା ଦେଖି ତାର ପାଦ ତଳୁ ମାଟି ଖସି ପଡିଥିଲା । ଏହି ପୁଅ ଜଣକ ତାର ବାପାକୁ ଖୋଜିବାକୁ ଯାଇଥିବା ବେଳେ ଦେଖିଲା ରାସ୍ତାରେ ବାପାଙ୍କ ଗାଡ଼ି ପଡ଼ିଛି । ରାସ୍ତାର ଏପଟେ ଗାଡ଼ି ପଡ଼ିଥିଲେ ରାସ୍ତାର ସେପଟେ ତାର ବାପା ଶୋଇ ରହିଛନ୍ତି । ତାଙ୍କ ବାପାଙ୍କ ଗୋଡ ରୁ ବେକ ପର୍ଯ୍ୟନ୍ତ କିଛି ବି ହୋଇନାହିଁ । ଆଉ ମୁଣ୍ଡ ଦେଖିବା ଅବସ୍ଥାରେ ନାହିଁ । ଏହି ପୁଅର ବାପାଙ୍କ ମୁଣ୍ଡକୁ କେହି ହାଣି ଛେଚେରା କରିଦେଇଛି ।

ଏବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଏହି ବ୍ୟକ୍ତିଙ୍କ ପରିବାର ଲୋକେ । କେହି ଜଣେ ଏହି ବ୍ୟକ୍ତି ଜଣଙ୍କୁ ମାରି ଏଭଳି କାମ କରିଛନ୍ତି । କିଟବିଟ ଅନ୍ଧାର ରାତିରେ ଏହି ଘଟଣା ଘଟିଛି । ତାଙ୍କ ବାପାଙ୍କ ହ-ତ୍ୟା କରିଛନ୍ତି ତାଙ୍କ ସାହି ଲୋକ ବୋଲି ଅଭିଯୋଗ ଆଣିଛନ୍ତି ପୁଅ । ଏହାସହ ପୁଅ କହିଛି ତାଙ୍କୁ ନ୍ୟାୟ ଦରକାର । ଆଉ ତାଙ୍କୁ ଆଉ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମନ୍ ହରିଜନ । ସେ ଘରକୁ ଆସୁଥିବା ବାଟରେ ତାଙ୍କ ସହ ଏଭଳି ଘଟଣା ଘଟିଛି ।
ବରଗୁଡ଼ା ନିକଟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରାଯାଇଛି । ଗତ ରବିବାର ଦିନ ଏହି ଘଟଣା ଘଟିଛି । ସେ ପେପର ମିଲରେ କାମ କରୁଥିଲେ । ଆଉ ସେ କାମ ସାରି ଘରକୁ ଫେରୁଥିବା ବାଟରେ ଏଭଳି ଘଟଣା ଘଟିଛି । ତାଙ୍କୁ ଗୋଡେଇ ଗୋଡେଇ ହ-ତ୍ୟା କରିଛନ୍ତି । ପଦ୍ମନ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଥିଲେ । ରାସ୍ତା କଡ଼ରେ ଥିବା ଜଙ୍ଗଲ ଆଡ଼କୁ ସେ ଦୌଡ଼ିବାକୁ ଲାଗିଲେ । ଆଉ ଏବେ ତାଙ୍କୁ ସେହି ଦୁବୃର୍ତ୍ତ ମାରି ଦେଇଛନ୍ତି । ଏବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସମସ୍ତେ ଦାବି କରିଛନ୍ତି ।