May 22, 2024, 16:26 IST

ପୁଣି ବଢିଲା ସୁନାଦର ଆଉ ଶେଷରେ ଭାଙ୍ଗିଲା ଝିଅ ବାହାଘର ଦେଖନ୍ତୁ କେତେ ଦାମ ବଢିଲା ସୁନାଦର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହଠାତ୍ ବାହାଘର ଭାଙ୍ଗିବାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ତ ଆପଣମାନେ ଜାଣିଥିବେ। କିନ୍ତୁ ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ପଢିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ସୁନା ଦର ବର୍ତ୍ତମାନ ବଜାରରେ ଆକାଶ ଛୁଆଁ ହୋଇଯାଇଛି। ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ସାତସପନ ହୋଇଯାଇଛି। ଝିଅର ବାହାଘରରେ ସୁନା ଦେଇନପାରିବାରୁ ଝିଅର ବାହାଘର ମଧ୍ୟ ଭାଙ୍ଗିଯାଇଛି। 
Yy
ଗୋଟେ ଝିଅର ବାହାଘର କେତେ ଯେ କଷ୍ଟ ଏହା ସମସ୍ତେ ଜାଣନ୍ତି। ଝିଅକୁ ବାହା କରେଇବା ପାଇଁ ବାପା, ମାଆଙ୍କର ସବୁ ଅର୍ଜିତ ଧନ ଝିଅ ବାହାଘରରେ ଲଗାଇ ଦେବାକୁ ପଡିଥାଏ। ହେଲେ ଏବେକା ସମୟରେ ସୁନା ଦର ଏତେ ଅଧିକ ବଢିଯାଇଛି।
ଯେ ଗୋଟେ ଝିଅର ବାହାଘର ଭାଙ୍ଗି ଯାଇଛି। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା। 
ସେତେବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୨ ହଜାର ଉପରେ ରହିଥିବା ବେଳେ ଏବେ ଉକ୍ତ ଦର ୭୫ ହଜାର ଟପି ଯାଇଛି। ତେଣୁ ଏବେ ପୂର୍ବାପେକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇ ଯାଇଛି।
Hh
ବିବାହ ଋତୁରେ ସୁନାର ଏହି ଦରବୃଦ୍ଧି ଏବେ ବଡ଼ ଝଟକା ଦେଇଛି। ଗୋଟେ ପଟେ ବରପକ୍ଷ ଅଧିକ ସୁନା ପାଇଁ ଦାବି କରୁଥିବା ବେଳେ ଅନ୍ୟପଟେ ଅଧିକ ଦାମରେ ସୁନା ଦେଇ ନପାରିବାରୁ ଅନେକ ବାହାଘର ଭାଙ୍ଗି ଯାଉଥିବା ଖବର ସାମ୍ନାକୁ ଆସୁଛି। 
ଏଭଳି ସ୍ଥିତିରେ ଜଣେ ଗରିବ ଲୋକ ତାଙ୍କର ଝିଅକୁ କିପରି ବାହାଦେବେ ସେନେଇ ମୁଣ୍ଡରେ ହାତ ଦେଲେଣି। ୨ ଦିନ ତଳେ ସୁନା ଦର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଏବେ ପୁଣି ସମସ୍ତଙ୍କୁ କନ୍ଦାଇଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୬୨୦ ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୬୮,୪୦୦ ରହିଛି। ଅନ୍ୟପକ୍ଷରେ ଗତ ଦୁଇ ଦିନ ତଳେ ୨୪ କ୍ୟାରେଟ ସୁନା ଦର ୭୩ ଜହାର ୭୫୦ ରହିଥିବା ବେଳେ ୨୨ କ୍ୟାରେଟ ୬୭, ୬୦୦ ଟଙ୍କା ଥିଲା।

Advertisement