Aug 10, 2024, 16:39 IST

ପୁଣି ଏହି କାମ କରି ଚର୍ଚ୍ଚାରେ VK ପାଣ୍ଡିଆନ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଘନଘନ ବୁଲୁଥିଲେ ଭି.କେ ପାଣ୍ଡିଆନ। ଆଉ ଲୋକଙ୍କ ସହିତ ସେଲ୍‌ଫି ଉଠାଉଥିଲେ ଓ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ତାହାର ତଥ୍ୟ ମାଗି ମାଗି ହାଲିଆ ହେଲେଣି ଆରଟିଆଇ କର୍ମୀ। ହେଲେ ଏହାରି ଭିତରେ ଆଜି ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। 
Bh
୨୦୨୩ ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ପର୍ଯ୍ୟନ୍ତ ଭି.କେ ପାଣ୍ଡିଆନ୍‌ କେତେବେଳେ ଫାଇଭ୍-ଟି ସଚିବ ତ ଆଉ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ବୁଲୁଥିଲେ। ଆଉ ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରୁଥିଲେ। ସେତେବେଳେ ପାଣ୍ଡିଆନ୍‌ଙ୍କ ହେଲିକପଟର ଉଡାଣ ବାବଦକୁ କେତେ ଖର୍ଚ୍ଚ ହୋଇଥିଲା? ତାହାର ହିସାବ ଜାଣିବାକୁ ଚାହୁଁଥିଲେ ଓଡ଼ିଶାର ଜନତା। ଏବେ ତା’ର ହିସାବ ଖୋଜୁଛନ୍ତି ନୂଆ ବିଜେପି ସରକାର। 
Vv
ତେବେ ଏହାରି ଭିତରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ବଡ଼ ମନ୍ତବ୍ୟ। ମନ୍ତ୍ରୀ କହିଛନ୍ତି, ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ସରକାର ତା’ ଉପରେ ନଜର ରଖିଛନ୍ତି। ଅପେକ୍ଷା କରନ୍ତୁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ହେଲିକପ୍ଟର କିଏ ନେଇ ଯାଇପାରିବେ ତା’ର ବିଧି ରହିଛି। ଉଲ୍ଲଂଘନ ହୋଇଥିଲେ ଯିଏ ଦୋଷ କରିଛି, ତା’ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। 
ଭି.କେ ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା। ହେଲେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ କିଏ ବହନ କରୁଥିଲା? କେତେ ଟଙ୍କା ଖର୍ଚ୍ଚ ହେଉଥିଲା? ସେ ହିସାବ କିନ୍ତୁ କେହି ଦେଉନାହାନ୍ତି। ଯାହାର ପ୍ରତିବାଦରେ ଗତ ୨୪ ତାରିଖ ଦିନ ସୂଚନା ଅଧିକାର କର୍ମୀମାନେ ଖାରବେଳ ଭବନ ଆଗରେ ଧାରଣା ମଧ୍ୟ ଦେଇଥିଲେ।

Advertisement