ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜିଓ ଗ୍ରାହକଙ୍କ ପାଇଁ ଆସିଯାଇଛି ଏକ ତାଜ ଖବର। ତିନିମାସରେ ମାଗଣା ରିଚାର୍ଜ ଦେଉଛି ଜିଓ। ଅନନ୍ତ ଅମ୍ବାନୀଙ୍କ ବାହାଘର ପାଇଁ ରହିଛି ଏହି ଅଫର୍ ବୋଲି କୁହାଯାଉଛି। ବନ୍ଧୁଗଣ ହ୍ୱାଟସପରେ ବର୍ତ୍ତମାନ ସମୟରେ ଏକ ମେସେଜ ଭାଇରାଲ ହେଉଛି। ଯେଉଁଠି ଦାବି କରାଯାଉଛି ରିଲିୟାନସ୍ ଜିଓ ଅନ୍ତନ ଅମ୍ବାନୀଙ୍କର ବିବାହ ବସରରେ ଜିଓ ଗ୍ରାହକଙ୍କୁ ତିନିମାସର ମାଗଣା ରିଚାର୍ଜ ମିଳୁଛି। ଏହାପରେ ଏକ ଲିଙ୍କ ମଧ୍ୟ ମିଳୁଛି ଆଉ ତା ଉପରେ ଟ୍ୟାପ୍ କରିବାକୁ କୁହାଯାଉଛି। 
  
 ବର୍ତ୍ତମାନ ସମୟରେ ଖବରଟି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଇଣ୍ଡିଆନ ଟୁଡେର ଏକ ରିପୋର୍ଟକୁ ନଜର ପକେଇବା ତେବେ ଟେଲିଗ୍ରାମ କମ୍ପାନୀ ଏହାକୁ ନେଇ ରଖିଛନ୍ତି ନିଜର ସ୍ପଷ୍ଟୀକରଣ। ଆଉ କହିଛନ୍ତି ଯେ, ଗ୍ରାହକଙ୍କୁ କୌଣସି ପ୍ରକାର ମାଗଣା ରିଚାର୍ଜ୍ ମିଳୁନାହିଁ। ଲୋକଙ୍କୁ ଏମିତି ମେସେଜ ଉପରେ ବିଶ୍ୱାସ ନକରିବା ଉଚିତ୍। କାରଣ ଯଦି କେହି ଏହି ଲିଙ୍କ ଉପରେ କ୍ଲିକ କରନ୍ତି ତେବେ ଏହାଦ୍ବାରା ସେମାନେ ବଡ ସ୍କାମରେ ବି ଫସି ଯାଇପାରନ୍ତି। 
  
 ତେବେ ଫେକ ମେସେଜରେ ଆହୁରି ମଧ୍ୟ ଲେଖା ଅଛି ଜୁଲାଇ ୧୨ ତାରିଖରେ ଅନନ୍ତ ଅମ୍ବାନୀଙ୍କର ବିବାହ ଅବସରରେ ମୁକେସ ଅମ୍ବାନୀ ଭାରତର ସମସ୍ତ ଜିଓ ୟୁଜରଙ୍କୁ ୭୯୯ ଟଙ୍କିଆ ତିନିମାସର ମାଗଣାରେ ରିଚାର୍ଜ ଦେଉଛନ୍ତି। ଏଥିପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ନିଜ ମୋବାଇଲ ନମ୍ବରରେ ରିଚାର୍ଜ କରନ୍ତୁ। ଏମିତି କିଛି ମେସେଜ ଆସୁଛି। ଏଥିରେ ମହାକ୍ୟାସ୍ ବ୍ୟାକ୍ ନାମକ ଏକ ଅଜଣା ସାଇଡର ଲିଙ୍କ ମଧ୍ୟ ରହିଛି। 
 
 ଏହି କ୍ଷେତ୍ରରେ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି। ନିଜ ନମ୍ବରକୁ କେବଳ ଅଫିସିଆଲ୍ ୱେବସାଇଡ ମାଇ ଜିଓ ଆପ ଏବଂ ଗୁଗୁଲ ପେ ଅନଲାଇନ ପେମେଣ୍ଟ ଆପ ମାଧ୍ୟମରେ ରିଚାର୍ଜ କରନ୍ତୁ। ଏହାବ୍ୟତୀତ ଯଦି ରିଲିୟାନସ ଜିଓ ବାସ୍ତବରେ ତିନିମାସରେ ମାଗଣା ରିଚାର୍ଜପ୍ଲାନ ଦେଉଥାଆନ୍ତା ତେବେ ଏହାକୁ ନେଇ ଅଫିସିଆଲ୍ ଭାବରେ ଘୋଷଣା କରାଯାଇଥାନ୍ତା। କିନ୍ତୁ ବର୍ତ୍ତମାନ ସୁଧା ଜିଓ ସେମିତି କିଛି ଘୋଷଣା କରିନି।
                            
 
                                        
                                    