ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଋଷଭ ପନ୍ତ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଦିଲ୍ଲୀର ଏକ ଅଂଶ ହୋଇ ରହିଛନ୍ତି। ଆଇପିଏଲରେ ସେ ଏପର୍ଯ୍ୟନ୍ତ ୧୧୧ ମ୍ୟାଚ୍ ଖେଳିଛନ୍ତି। ସେ ୧୪୮ ଷ୍ଟ୍ରାଇକ୍ ରେଟ୍ ରେ ୩୨୮୪ ରନ୍ କରିଛନ୍ତି। ଆଇପିଏଲରେ ସେ ଗୋଟିଏ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ପନ୍ତଙ୍କ ପାଖରେ ଅଧିନାୟକତ୍ୱ ଅଭିଜ୍ଞତା ମଧ୍ୟ ରହିଛି। ତାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ମଧ୍ୟ ୨୦୨୧ରେ ପ୍ଲେ ଅଫରେ ପହଞ୍ଚିଥିଲା।
ତେବେ ବନ୍ଧୁଗଣ ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲ୍ ୨୦୨୫ ପୂର୍ବରୁ ଘରୋଇ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିପାରନ୍ତି। ଦୈନିକ ଜାଗରଣ ରିପୋର୍ଟ ଅନୁଯାୟୀ ଟିମ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ସତ୍ତ୍ୱେ ଡିସି ମେଗା ନିଲାମ ପୂର୍ବରୁ ପନ୍ତଙ୍କୁ ଦଳରେ ରଖିବାକୁ ଚାହୁଁନାହିଁ। ଆହୁରି କୁହାଯାଇଛି ଯେ, ଯଦି ପନ୍ତଙ୍କୁ ଡିସି ଛାଡ଼ିଦିଏ ତେବେ ତାଙ୍କର ସମ୍ଭାବ୍ୟ ଆଗାମୀ ଟିମ୍ ହେବ ଚେନ୍ନାଇ ସୁପର କିଙ୍ଗ୍ସ।
ନିକଟ ଭବିଷ୍ୟତରେ ଏମଏସ ଧୋନି ଅବସର ନେବାକୁ ଯାଉଥିଲା ବେଳେ ଋଷଭ ପନ୍ତ ତାଙ୍କ ବଦଳରେ ଶ୍ରେଷ୍ଠ ଚୟନ ହୋଇପାରନ୍ତି। ଏହି କାରଣରୁ ଚେନ୍ନାଇ ଋଷଭଙ୍କୁ ଦଳରେ ସାମିଲ କରିବାକୁ ଅତ୍ୟନ୍ତ ଆଗ୍ରହୀ ହୋଇପାରେ। ଦୁର୍ଘଟଣା କାରଣରୁ ଋଷଭ ଗୋଟାଏ ସିଜିନ୍ ବ୍ୟବଧାନରେ ଆଇପିଏଲ ୨୦୨୪ ରେ ପ୍ରତ୍ୟାବର୍ତନ କରିଥିଲେ। ପ୍ରତ୍ୟାବର୍ତନ ସିଜିନରେ ମଧ୍ୟ ଋଷଭଙ୍କ ବ୍ୟାଟ ଚିରାଚରିତ ଢଙ୍ଗରେ ଗର୍ଜିଥିଲା।
ଏହା ସହିତ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ, ତେବେ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ନକଆଉଟ ପର୍ଯ୍ୟାୟକୁ ଯାଇ ପରି ନଥିଲା। ତାଙ୍କ ଅନୁପସ୍ଥିତିରେ ପୂର୍ବ ସିଜିନରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଦଳର ନେତୃତ୍ୱ ନେଇଥିଲେ। ଋଷଭ ଆଇପିଏଲରେ ୧୧୧ ମ୍ୟାଚ୍ ଖେଳି ୧୪୮.୯ ଷ୍ଟ୍ରାଇକ ରେଟ୍ ରେ ୩୫ ହାର ସହିତ ୩୨୮୪ ରନ୍ ସ୍କୋର କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ସହ ୧୮ ଅର୍ଦ୍ଧଶତକ ରହିଛି।