ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଅଛି ବୋଲି ଆପଣମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆଉ କିଛି ଖବର ଆପଣମାନେ ପାଇପାରିବେ । ସେପ୍ଟେମ୍ବର ମାସ ୧ ତାରିଖରୁ ବଦଳିବ ଏହି ନିୟମ । ଯେଉଁ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଧାର କାର୍ଡକୁ ନେଇ ଆସିଛି ବଡ ଅପଡେଟ । ଅନେକ କିଛି ପରିବର୍ତ୍ତନ ହୋଇଯିବ । ଆଉ କଣ କଣ ସବୁ ପରିବର୍ତ୍ତନ ହେବ ତାହା ଏହି ଭିଡିଓ ମାଧ୍ୟମରେ ଜାଣି ରଖନ୍ତୁ ।
ଅଗଷ୍ଟ ମାସ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି । ନୂଆ ମାସ ଆରମ୍ଭ ହେବା କ୍ଷଣି ଅନେକ କିଛି ନିୟମରେ ପରିବର୍ତ୍ତନ ହେବା ସହ କିଛି ନୂଆ ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି । ଏହି ପରିବର୍ତ୍ତନ ବିଷୟରେ ଖାଉଟିମାନେ ଜାଣିବା ଉଚିତ୍ । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି । ସେପ୍ଟେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ ସହିତ କ୍ରେଡିଟ କାର୍ଡ ଅଧିକାରୀଙ୍କ ଡି ଅପଡେଟ ହେବ ବୋଲି ଆସିଛି ଖବର । ଏବେ ଏହା ପରିବର୍ତ୍ତନ ହୋଇଯିବ ।
ସାଧାରଣତଃ ଆପଣମାନେ ଦେଖିଥିବେ କି ପ୍ରତ୍ୟେକ ମାସ ୧ ତାରିଖରୁ ଅନେକ କିଛି ନିୟମ ବଦଳିଥାଏ । ଏଲପିଜି ଗ୍ୟାସ ଦର ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ । ଏଲପିଜି ଗ୍ୟାସ ଠାରୁ ଆରମ୍ଭ କରି ଘରୋଇ ରୋଷେଇ ଗ୍ୟାସ ପର୍ଯ୍ୟନ୍ତ ଦାମରେ ଅଦଳବଦଳ ହୋଇଥାଏ । ଏଲପିଜି ଗ୍ୟାସ ସମେତ ବିମାନ ଇନ୍ଧନ ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଖବର ଆସିଛି । ତୈଳ କମ୍ପାନୀମାନେ ଏଥିରେ କିଛି ପରିବର୍ତ୍ତନ କରିପାରନ୍ତି ବୋଲି ଏବେ ଖବର ଆସିଛି ।
ସିଏନଜି ଗ୍ୟାସ ଦରରେ ମଧ୍ୟ ପ୍ରତି ମାସରେ ଅପଡେଟ କରାଯାଇଥାଏ । ଆଉ ଏହି ମାସରେ ଦର ବୃଦ୍ଧି ହୋଇପାରେ ବୋଲି ଆସିଛି ଖବର । ଫେକ ଫୋନ କଲ୍ ଆଉ ମେସେଜ ଉପରେ ମଧ୍ୟ ଲଗାମ ଲାଗିବ । ସେପ୍ଟେମ୍ବର ୧ ତାରିଖରୁ କିଛି ବ୍ୟାଙ୍କ୍ କ୍ରେଡିଟ କାର୍ଡରେ କିଛି ସଂଶୋଧନ ଆଣିବାକୁ ଯାଉଛନ୍ତି । ଏଥିରେ କାରବାର ଉପରେ ଗ୍ରାହକମାନେ ୨ ହଜାର ପଏଣ୍ଟ ପାଇପାରିବେ । କ୍ରେଡିଟ କାର୍ଡରେ ପେମେଣ୍ଟ ତାରିଖ ମଧ୍ୟ ବଦଳାଯିବ । ଏହା ୧୮ ତାରିଖରୁ ୧୫ ତାରିଖ କରାଯିବ । ଆଧାର କାର୍ଡ ଅପଡେଟ କରାଇବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୪ ତାରିଖ । ଏହାପରେ ମାଗଣାରେ ଅପଡେଟ କରାଯାଇ ପାରିବ ନାହିଁ ଆପଣଙ୍କୁ ଶୁଳ୍କ ଦେବାକୁ ପଡ଼ିବ ।