ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏବେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ପାଣିପାଗ ବିଶେଷଜ୍ଞ ଦେଇଥିବା ସୂଚନା ଅନୁସାରେ ପାଗରେ ପରିବର୍ତ୍ତନ ଆସିବ ନାହିଁ । ଏବେ ପାଗ ମେଘୁଆ ରହିବ । ଏବେ ପାଗରେ ପରିବର୍ତ୍ତନ ନ ହୋଇ ବର୍ଷା ପାଗ ରହିବ ଆଉ ଖରା ପାଇଁ ଲୋକମାନେ ବ୍ୟସ୍ତ ହେବେ ବୋଲି ସୂଚନା ମିଳିଛି । ଏବେ ଝିପିଝିପି ବର୍ଷା ସାଙ୍ଗକୁ ଡରାଇବ ଶୀତ ।
ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଯାହା ପ୍ରଭାବରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ଏହାରି ଭିତରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ଆସନ୍ତା କାଲି କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଆସନ୍ତା କାଲି ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ସାରା ରାଜ୍ୟରେ ବର୍ଷା ହେବା ସହ ପାଗ ମେଘୁଆ ରହିବ ବୋଲି ଆଶଙ୍କା କରାଯାଉଛି । ୨୪ ଘଣ୍ଟା ଭିତରେ ୧୯ ଜିଲ୍ଲାରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।
ଏହାସହ ୨୧ ତାରିଖରେ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୨୧ ତାରିଖରେ ୯ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।୨୨ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି । ଶୁକ୍ରବାର ଦିନ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି ।
ଏହିସବୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ୨୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ଆଗାମୀ ୨୨ ତାରିଖରେ ପାଗରେ ପରିବର୍ତ୍ତନ ହେବ ।