ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ସମାଜରେ ଆପଣମାନେ ସବୁବେଳେ ସବୁ ପ୍ରକାରର ଘଟଣା ଦେଖିଥିବେ । ଏବେ ଜଣେ ମହିଳା ଏଭଳି କିଛି ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀଙ୍କୁ ମାଡ଼ ମରାଯାଇଛି । ସ୍ଵାମୀ ଜଣକ ଆଗରେ ସ୍ତ୍ରୀକୁ ଅସଦାଚରଣ କରାଯାଇଥିଲା ।

ସ୍ଵାମୀ ସାମ୍ନାରେ ସ୍ତ୍ରୀକୁ ଅସଦାଚରଣ କରାଯିବାରୁ ବାରଣ କରିଥିଲେ ସ୍ଵାମୀ ଜଣକ । ଆଉ ଏହାପରେ ସ୍ଵାମୀ ଜଣକ ସହିତ ଘଟିଥିଲା ଏଭଳି କିଛି । ସ୍ଵାମୀ ଜଣକ ବାରଣ କରିବାରୁ ସ୍ଵାମୀ ଜଣଙ୍କୁ ପଥରରେ ଛେଚି ଦେଇଥିଲେ ତିନିଜଣ ଦୁବୃର୍ତ୍ତ । ଏଭଳି ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରୂପାପେଢ଼ା ଗାଁରେ । ଏହି ଗାଁରେ ଏଭଳି ସବୁ ଘଟଣା ଦେଖିବାକୁ ମିଳିଥିଲା ।

ଖବର ଅନୁସାରେ ରୂପାପେଢ଼ା ଗାଁର ଗଗନ ନାୟକ ତାଙ୍କ ସ୍ତ୍ରୀ ପିଙ୍କିକୁ ସାଥୀରେ ନେଇ କଙ୍କଡ଼ାହାଡ଼ରୁ ଫେରୁଥିଲେ । ଆଉ ସେହି ସମୟରେ ଜୁଆଙ୍ଗ ସାହି ନିକଟରେ ତିନିଜଣ ଦୁର୍ବୃତ୍ତ ପିଙ୍କିର ହାତକୁ ଧରି ଟଣାଓଟରା କରିଥିଲେ । ଆଉ ଏହାକୁ ଦେଖି ସ୍ଵାମୀ ଜଣକ ବାରଣ କରିବାରୁ ତାଙ୍କୁ ଏହି ତିନିଜଣ ଦୁର୍ବୃତ୍ତ ପଥରରେ ଛେଚି ଦେଇଥିଲେ । ଆଉ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ
। ଏହାପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ମେଡ଼ିକାଲକୁ ନେଇଥିଲେ ।
ସେ ମେଡ଼ିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ବ୍ୟକ୍ତି ଜଣକର ଜୀବନ ଅକାରଣରେ ଚାଲି ଯାଇଛି । ଏହି ସ୍ଵାମୀ ଏବଂ ସ୍ତ୍ରୀ କାମ କରି ଘରକୁ ଫେରୁଥିବା ସମୟରେ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା । ଏବେ କଙ୍କଡ଼ାହାଡ଼ ମେଡ଼ିକାଲରେ ବ୍ୟକ୍ତିଙ୍କ ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ଏବେ ଏହି ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।