Jun 29, 2024, 17:33 IST

ଶାଳୀ ମଥାର ସିନ୍ଦୂର ପୋଛିଦେଲେ ଭିଣେଇ ବାବୁ ଦେଖନ୍ତୁ ଘଟିଗଲା କେତେବଡ କାଣ୍ଡ

Tt

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶାଳୀକୁ ଧମକ୍ ଦେଇ ଶାଳୀ ମଥାରୁ ସିନ୍ଦୁର ପୋଛିଦେଲା ଭିଣେଇ। ସ୍ବାମୀ ପାଇଁ ସ୍ତ୍ରୀ ହତାରେ କୁନି ଛୁଆକୁ ଧରି ରାସ୍ତାରେ ବସି ନ୍ୟାୟ ଭିକ୍ଷା କରୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରାମଚନ୍ଦ୍ରପୂର୍ ଗାଁ'ରେ। ସୂଚନା ଅନୁସାରେ ପ୍ରିୟଙ୍କା ସିଁହ ଗତ ତିନିବର୍ଷ ତଳେ ନିଜ ଗ୍ରାମର ବାବୁ ମଲ୍ଲିକଙ୍କୁ ପ୍ରେମ ଵିଵାହ କରିଥିଲେ। ସେପଟେ ଝିଅର ବାପା ବିରଞ୍ଚି ନାରାୟଣ ସିଁହ ଏହି ପ୍ରେମ ବିବାହକୁ ବିରୋଧ କରୁଥିଲେ। କାରଣ ଝିଅ ପ୍ରିୟଙ୍କା ଏକ ଦଳିତ ପରିବାରକୁ ବୋହୂ ହେଇଯାଇଥିଲା। 
Gh
ସେପଟେ ବାପା ବିରଞ୍ଚି ନାରାୟଣ ସିଁହଙ୍କ ବଡ ଜ୍ବାଇଁ ଭଦ୍ରକ ଅଞ୍ଚଳର ଦୀପକ କୁମାର ସିଁହ ସାନ ଝିଅ ପ୍ରିୟଙ୍କାଙ୍କ ସ୍ବାମୀ ବାବୁ ମଲ୍ଲିକଙ୍କ ଉପରେ ସବୁବେଳେ ରାଗ ରଖୁଥିଲେ। ସବୁବେଳେ ବାବୁ ମଲ୍ଲିକଙ୍କ ଓ ତାଙ୍କ ପରିବାରର ସହିତ ଶତ୍ରୁତା ଲାଗି ରହିଥିଲା। ଗତ ୨୭ ତାରିଖରେ ସମୟ ୧.୨୦ ମିନିଟରେ ସ୍ବାମୀ ବାବୁ ମଲ୍ଲିକ ଯେତେବେଳେ ଡେଲାଙ୍ଗ ହାଟରୁ ନିଜର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଡେଲାଙ୍ଗ ଲୁଣି ବ୍ରିଜ ଉପରେ ବାବୁ ମଲ୍ଲିକଙ୍କୁ ଆ-କ୍ର-ମ-ଣ କରିଥିଲେ ଭିଣେଇ ଦୀପକ କୁମାର ଆଉ ତାଙ୍କର ଜଣେ ସହଯୋଗୀ। 
Gh
ସ୍ବାମୀ ବାବୁ ମଲ୍ଲିକଙ୍କୁ ବ୍ରିଜ ଉପରେ ଅଟକାଇ ଫାୟାରିଂ କରିବା ସହିତ ଲୁହା ରଡରେ ବାବୁଙ୍କୁ ଆ-କ୍ର-ମ-ଣ କରିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ଆଉ ସେପଟେ ବାବୁଙ୍କ ସ୍ତ୍ରୀ ଏଭଳି କିଛି ଅଭିଯୋଗ ଆଣି କହିଛନ୍ତି ଯେ, "ମୋ ସ୍ଵାମୀଙ୍କୁ ମାରି ମତେ ଫୋନ କରିଥିଲେ ତୋ ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲୁ"। ତେବେ ଗତକାଲି ବାବୁଙ୍କ ମୃ-ତ ଶରୀରକୁ ପରିବାର ଲୋକେ ଓ ଗ୍ରାମବାସୀ ଡେଲାଙ୍ଗ ପଟ୍ଟନାୟକ ରାସ୍ତା ମଝିରେ ରଖି ରାସ୍ତା ଅବରୋଧ କରିଥିଲେ। 
ରାସ୍ତା ଅବରୋଧ ଖବର ପାଇବା ପରେ ଡେଲାଙ୍ଗ ଥାନା ଅଧିକାରୀ ପିପିଲି ଏସଡିପିଓ ପୁରୀ ଏସପି ଓ ଡେଲାଙ୍ଗ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ କିଛି ସମୟ ପରେ ପିପିଲି ନବ ନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚି ପରିବାର ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ରାସ୍ତା ଅବରୋଧ ହଟାଇ ଥିଲେ। ତେବେ ଏସପି କହିଛନ୍ତି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisement