ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ବୀର ଯବାନମାନଙ୍କ ପାଇଁ ଆଜି ଆମେ ଭଲରେ ରହି ପାରୁଛେ । ଆଉ ଆମ ବୀର ଯବାନମାନଙ୍କ ପାଇଁ ଦେଶବାସୀ ଭଲରେ ରହି ପାରୁଛନ୍ତି । ଯେତେବେଳେ କେଉଁ ବୀର ଯବାନ ସହୀଦ ହୋଇଯିବେ ତାହାର କିଛି ହିସାବ ହିଁ ନାହିଁ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
ଆମର ଜଣେ ବୀର ଯବାନ ସହିଦ ହୋଇ ଯାଇଛନ୍ତି । ଆଉ ସେ ବିବାହ କରିଥିଲେ । ଏବେ ଏହି ସହିଦ ଯବାନ ଜଣଙ୍କର ସ୍ତ୍ରୀ ସ୍ବାମୀ ମରିଯିବା ପରେ ଶାଶୁ ଘରୁ ସବୁଦିନ ପାଇଁ ପଳାଇ ଯାଇଛନ୍ତି । ଏହି ବୀର ଯବାନ ସହୀଦ ହେବା ପରେ ସବୁ ଜିନିଷ ପତ୍ର ଆଉ ଯାହା ଆଣିଥିଲେ ସ୍ତ୍ରୀ ଜଣକ ସବୁ ନେଇ ପଳାଇ ଯାଇଛନ୍ତି । ପୁଅ ସହିଦ ହେବା ପରେ ବୁଢ଼ାବୁଢ଼ୀଙ୍କୁ ଏକା କରି ଘରୁ ଟଙ୍କା ପଇସା, ସୁନା ଗହଣା ନେଇ ବୋହୂ ଚାଲି ଯାଇଛି । ଏବେ ସହିଦ ଯବାନଙ୍କ ବାପା ମାଆ କାନ୍ଦିବାକୁ ଲାଗୁଛନ୍ତି ।
ଏହି ବୁଢ଼ା ବାପାମାଆଙ୍କ ଲୁହ କେହି ପୋଛିବାକୁ ନାହାଁନ୍ତି ଯିଏ ଥିଲା ସେ ସବୁଦିନ ପାଇଁ ଆଜି ଆଖି ବୁଜି ଦେଇଛି । ଏଭଳି କିଛି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କେନ୍ଦୁଢିପ ଗାଁରେ । ଏହି ସହିଦ ଯବାନଙ୍କ ନାମ ହେଉଛି ସରୋଜ ଦାସ । ଝିଅର ବାପା ମା ଭଦ୍ରଲୋକ ନେଇ ଆସିଥିଲେ ଝିଅକୁ ନେବା ପାଇଁ କିନ୍ତୁ ଶାଶୁ ଶଶୁର ବୋହୂକୁ ନେବାକୁ ମନା କରିଥିଲେ । ଏହାପରେ ପୁଣି କିଛି ଦିନ ପରେ ସେମାନେ ଆସିଲେ ଆଉ ଜିନିଷ ପତ୍ର ନେଇଯିବାକୁ କହିଲେ ।
ସେ ଓକିଲ ସାଙ୍ଗରେ ଆଣିଥିଲେ । ଆଉ ସାଙ୍ଗରେ ସବୁ ନେଇ ଝିଅକୁ ମଧ୍ୟ ନେଇ ପଳାଇ ଯାଇଥିଲେ । ଗତବର୍ଷ ଅକ୍ଟୋବର ମାସ ୩ ତାରିଖରେ ସିକ୍କିମର ତିସ୍ତା ନଦୀରେ ବନ୍ୟାରେ ଭାସି ଯାଇ ସହିଦ ହୋଇ ଯାଇଥିଲେ ସରୋଜ । ଆଉ ସେ ସହିଦ ହେବାର କିଛିଦିନ ପରେ ବୋହୂ ଟଙ୍କା ପଇସା, ସୁନା ଗହଣା ଏବଂ ପୁଅକୁ ମିଳିଥିବା ଟଙ୍କା ସବୁ ନେଇ ଚାଲି ଯାଇଛି । ପୁଅ ହରାଇବାର ଦୁଃଖ ଆଉ ବୋହୂ ବାପଘରକୁ ଚାଲି ଯାଇଥିବା ଦୁଃଖରେ ଭାଙ୍ଗି ପଡିଛନ୍ତି ବୃଦ୍ଧା ବାପା ମା । ଏବେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ସେ କହିଛନ୍ତି ।