Jun 30, 2024, 17:18 IST

ଭାରତୀୟ ଟିମ୍ T20 ୱାଲ୍ଡ କପ ଜିତିବା ପରେ ମୋଦୀ ଦେଲେ ଏମିତିଆ ବାର୍ତ୍ତା ଦେଖନ୍ତୁ କଣ କହିଲେ

Ghh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶନିବାର ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ଭାରତ। ଭାରତ ୨୧ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହାତେଇଛି। ପ୍ରଥମ ଟି-୨୦ ବିଶ୍ବକପ ଭାରତ ୨୦୦୭ରେ ଚାମ୍ପିଅନ ହୋଇଥିଲା। ଲଗାତାର ୨୦୧୪ଠାରୁ ଆରମ୍ଭ କରି ୨୦୧୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପର ଅତି ନିକଟରୁ ପରାସ୍ତ ହେଉଥିଲ। 
Vb
ହେଲେ ୨୦୨୪ ବିଶ୍ୱକପରେ କିନ୍ତୁ ବାଜି ମାରି ନୂଆ ଇତିହାସ ଲେଖିଛି ରୋହିତ ବାହିନୀ। ତେବେ ବନ୍ଧୁଗଣ ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନର ସୁଅ। ଦେଶର କୋଣ ଅନୁକୋଣରେରେ କ୍ରିକେଟ ପ୍ରେମୀ ମାନେ ବାଣ ଫୁଟାଇ ବାଜ ବଜାଇ ଉତ୍ସବ ମନାଇଛନ୍ତି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। 
Hh
ବାର୍ବାଡସରେ ଇତିହାସ ରଚିଛି ଟିମ ଇଣ୍ଡିଆ। ଏହା ଉତ୍ସବର ସମୟ ଏବଂ ଗୌରବର ସମୟ ବୋଲି କ୍ରିକେଟପ୍ରେମୀ କହିଛନ୍ତି। ବିଭିନ୍ନ ସ୍ଥାନରେ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ଲଗାଯାଇଛି। ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସାବାସ ଟିମ୍ ଇଣ୍ଡିଆ, ଏ ବିଜୟ ଅସାଧାରଣ ବୋଲି କହିଛନ୍ତି ରାଷ୍ଟ୍ରପତି। ସେହିପରି ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ। 
ଭାରତୀୟ ଟିମର ବିଜୟ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ମୋଦି। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ନେତା ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋହିତ ବାହିନୀକୁ ଶୁଭେଛା ଜଣାଇଛନ୍ତି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ସମେତ ବିଭିନ୍ନ ଦମଦାର ଖେଳାଳି ମଧ୍ୟ ଭାରତୀୟ ଟିମକୁ ଶୁଭେଛା ଜଣାଇଛନ୍ତି ।

Advertisement