ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ହୋଇ ରହୁଛନ୍ତି। ତେବେ ବନ୍ଧୁଗଣ ରିଲ୍ସ ନିଶା ଏବେ ସମସ୍ତଙ୍କୁ ବାୟା କରିଛି।
ଏ ନିଶା ଏପରି ଘାରିଛି ଯେ, ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ଯୁବପିଢ଼ି। ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ସୋଶାଲ ମିଡିଆରେ ରିଲ୍ସ ତିଆରି କରିବା ପାଇଁ ଲୋକେ ପାଗଳ। ଏଥିପାଇଁ ନିୟମ କାନୁନ ମାନୁ ନାହାନ୍ତି ଯୁବପିଢ଼ି। କେବଳ ସେତିକି ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ବେଳେ ବେଳେ ଏହି ରିଲ୍ସ ତିଆରି କରିବା ନିଶାରେ ଅନେକ ପ୍ରାଣା ହରାଉଛନ୍ତି।
ବନ୍ଧୁଗଣ ବର୍ତମାନ ଗଣମାଧ୍ୟମ ଆଗରେ ରିଲସ୍ କୁ ନେଇ ବବି ମିଶ୍ର କହିଛନ୍ତି, ରିଲ୍ସ ମାଧ୍ୟମରେ କିଛି ଲୋକ ହିରୋଇନ୍ ହେଉଛନ୍ତି ବୋଲି ଭାବନ୍ତୁ ନାହିଁ। ତାଙ୍କର ହିରୋଇନ୍ ହେବାରେ ଥିଲା ସେ ହେଉଛନ୍ତି। ରିଲ୍ସ ହଜାର ହଜାର ଲୋକ କରୁଛନ୍ତି ହେଲେ ସମସ୍ତେ ହିରୋଇନ୍ ହେଉନାହାନ୍ତି। କିଛି ମରୁଛନ୍ତି ତାଙ୍କ ଭାଗ୍ୟରେ ଅଛି ମାରିବା। ଗାଡ଼ି ଆଗରେ ଷ୍ଟଣ୍ଡ ଦେଉ ଦେଉ ରିଲ୍ସ କରିବା ପାଇଁ ଜୀବନ ଚାଲି ଯାଉଛି।
ବର୍ତମାନ ସୋସିଆଲ ମିଡିଆରେ ରିଲ୍ ରୂପକ ଏକ ରାକ୍ଷସ ଯାହାପାଇଁ ଲୋକେ ମାନେ ସବୁ କାର୍ଯ୍ୟ ଛାଡି ରୀଲ୍ସ କରିବାରେ ଲାଗିଗଲେଣି। ଏବଂ ବବି ମିଶ୍ର କହିଛନ୍ତି, ଏହି ଅକ୍ଟୋପସ ରୂପୀୟ ରିଲସ୍ କଳାକାର ମାନଙ୍କ ଠାରୁ ଦୂରରେ ରହିବାକୁ। ବହୁତ୍ ଭଲ ଜିନିଷ ଅଛି ରିଲସ୍ ର ଭିୟୁ ବାଡେଇବା ପାଇଁ। କିନ୍ତୁ ଅଙ୍ଗଭଙ୍ଗି ଆଉ ଖରାପ ଭାଷାର ବ୍ୟବହାର କରି ରିଲସ୍ ଭିୟୁ ବଢନ୍ତୁ ନାହିଁ ବୋଲି ବବି ମିଶ୍ର କହିଛନ୍ତି।